ଶୋକାକୂଳ ପରିବେଶରେ କାଳିଆର ହେଲା ଅନ୍ତେଷ୍ଟି
ଆଜି କନ୍ଧମାଳର ନିଜ ଭିଟାମାଟି ମେଲୁପଡାରେ କାଳିଆର ଶେଷ କୃତ୍ୟ ସଂପନ୍ନ ହୋଇଛି ।
କନ୍ଧମାଳ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ବୁଧବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ହୋଇଛି । ଆଜି କନ୍ଧମାଳର ନିଜ ଭିଟାମାଟି ମେଲୁପଡାରେ କାଳିଆର ଶେଷ କୃତ୍ୟ ସଂପନ୍ନ ହୋଇଛି । ଶୋକାକୂଳ ପରିବେଶ ମଧ୍ୟରେ ଶହଶହ ଲୋକଙ୍କ ଗହଣରେ କାଳିଆର ଅନ୍ତେଷ୍ଟି କରାଯାଇଛି । ହସ୍ପିଟାଲର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ କାଳିଆର ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଆଜି ଭୋର୍ 5ଟା ବେଳେ ମେଲୁପଡାରେ ପହଞ୍ଚିଥିଲା କାଳିଆର ମୃତ ଦେହ । ଶୋକାକୂଳ ପରିବେଶ ଭିତରେ କାଳିଆର ବାପା ଦେଇଥିଲେ ମୁଖାଗ୍ନି ।

ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।
— Naveen Patnaik (@Naveen_Odisha) November 26, 2020
ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ସତ୍ତ୍ୱେ କାଳିଆକର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ ପରିବାରବର୍ଗକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ସେମାନେ କହିଛନ୍ତି । ଏଠାରେ କହିରଖୁଛୁ କି ଗତ ବୁଧବାର ରାତି 9ଟା 10ରେ କାଳିଆର ମୃତ୍ୟୁ ହୋଇଥିଲା । କାଳିଆ ସେପ୍ଟିସେମିଆ ରୋଗରେ ପୀଡିତ ଥିଲା ବୋଲି କଟକ ଏସସିବିର ଡାକ୍ତର କହିଥିଲେ ।
କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଦୁଇ ଭାଇଙ୍କ ମଧ୍ୟରୁ କାଳିଆର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ । ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ କାଳିଆର ଜୀବନ ବଞ୍ଚାଯାଇ ପାରିଲା ନାହିଁ । ଏପରି ଦୁଃଖଦ ସମୟରେ କାଳିଆର ବାପା, ମା’ ଏବଂ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
— Dharmendra Pradhan (@dpradhanbjp) November 25, 2020












Click it and Unblock the Notifications