କାହିଁକି ଜଗାକୁ ଛାଡି ଚାଲିଗଲା କାଳିଆ? ପଢନ୍ତୁ କ'ଣ କହିଲେ ଡାକ୍ତର
କଟକ ଏସସିବିରେ ଆଖିବୁଜିଲା ଯୋଡା ମୁଣ୍ଡ ଶିଶୁ କାଳିଆ । ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ଡାକ୍ତର ଦେଲେ ସୂଚନା ।
ଭୁବନେଶ୍ୱର: କଟକ ଏସସିବିରେ ଆଖିବୁଜିଲା ଯୋଡା ମୁଣ୍ଡ ଶିଶୁ କାଳିଆ । ଡାକ୍ତରମାନଙ୍କର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ କେବଳ ଜଗାକୁ ବଞ୍ଚା ଯାଇଥିବା ବେଳେ କାଳିଆର ଦେହାନ୍ତ ହୋଇଛି । ଏଠାରେ କହି ରଖୁଛୁ କି 2017 ଜୁଲାଇ 14 ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଥର ଅପରେସନ କରାଯାଇ ଜଗା-କାଳିଆକୁ ଅଲଗା କରାଯାଇଥିଲା । ଏହାପରେ 2019 ସେପ୍ଟେମ୍ବର 7 ତାରିଖରେ ଏହି ଦୁଇ ଭାଇଙ୍କୁ ଓଡ଼ିଶା ଅଣାଯାଇଥିଲା । ଏଠାରେ ଉଭୟଙ୍କର ଚିକିତ୍ସା କଟକ ବଡ଼ ମେଡିକାଲରେ କରାଯାଉଥିଲା । ଜଗା ସୁସ୍ଥ ହୋଇ ଯାଇଥିବାବେଳେ ଅନେକ ସମୟରେ କାଳିଆର ଦେହ ଅସୁସ୍ଥ ରହୁଥିଲା । ଏପରିକି କାଳିଆକୁ ନିମୋନିଆ ମଧ୍ୟ ହୋଇଥିଲା ।

ବେଳକୁ ବେଳ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା । ଶେଷରେ ସେପ୍ଟିସେମିଆ ରୋଗରେ ପୀଡିତ ହୋଇଥିଲା କାଳିଆ । ଏହି ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଆଜି ରାତି 9ଟା 10 ମିନିଟରେ ବହୁ ଚର୍ଚ୍ଚିଚ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଯାଇଛି । ସଂକଟାପନ୍ନ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଅନେକ ଉଦ୍ୟମ ସତ୍ତ୍ୱେ କାଳିଆକୁ ବଞ୍ଚା ଯାଇ ପାରିନଥିବା କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସମସ୍ତ ପ୍ରକ୍ରିୟା ଶେଷ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି ।












Click it and Unblock the Notifications