‘ମୁଁ ଗୋ ମାଂସ ଖାଇନି କି ପ୍ରୋତ୍ସାହନ ଦେଇନି....' ବିବାଦ କୁ ନେଇ ମୁହଁ ଖୋଲିଲେ କାମ୍ୟା
ଭୁବନେଶ୍ୱର: 'ମୁଁ ଗୋ ମାଂସ ଖାଇନି କି ପ୍ରୋତ୍ସାହନ ଦେଇନି....' । ଶ୍ରୀମନ୍ଦିରକୁ ପ୍ରବେଶ କରିବା ଓ ମହାପ୍ରସାଦ ଖାଇବାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଏଭଳି କିଛି ସ୍ପଷ୍ଟୀକରଣ ରଖିଛନ୍ତି ବ୍ଲଗର କାମ୍ୟା । ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି, 'ମୁ ଜଣେ ହିନ୍ଦୁ । ମୁଁ କେବେ ଗୋ ମାଂସ ଖାଇନି କି ପ୍ରୋତ୍ସାହନ ଦେଇନି ।'

ଏହା ସହ ସେ ଜାରି କରିଥିବା ଭିଡ଼ିଓ ରେ କହିଛନ୍ତି, "ସମ୍ପ୍ରତି ମୋ ସମ୍ପର୍କରେ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳୁଛି । ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଆଶୀର୍ବାଦ ପାଇବା । ମନ୍ଦିରର ନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇପଡ଼ିଛି । ପୁରୀ ମନ୍ଦିର ଦର୍ଶନ ନିମନ୍ତେ ବିଭିନ୍ନ ନିୟମ ରହିଛି । ତେଣୁଏ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତିନିୟମ ଭଙ୍ଗ କରିନାହିଁ । ଶ୍ରୀମନ୍ଦିରର ଭିତ୍ତିଭୂମି ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ମୋର ଉଦ୍ଦେଶ୍ୟ । ଦୁର୍ଭାଗ୍ୟକୁ ମୋର ଏ ଭ୍ରମଣ ବିବାଦୀୟ ହୋଇପଡ଼ିଛି । ମୋର ଏହି ବାର୍ତ୍ତା ସମସ୍ତ ବିବାଦ ଦୂର କରିବ ବୋଲି ଆଶ କରୁଛି ।"
ଏହା ସହ ସେ ଆହୁରି କହିଛନ୍ତି, ମୁଁ ଗୋମାଂସ ଖାଇବା ବିଷୟରେ କେରଳର ଏକ ଫୁଡ୍ ବ୍ଲଗ୍ ଭିଡିଓ ବ୍ୟବହାର କରାଯାଇଛି । କିନ୍ତୁ, ସେଠାରେ ମୁଁ ଗୋମାଂସ ଖାଇ ନ ଥିଲି, ବିଭିନ୍ନ ନିରାମିଷ ବ୍ୟଞ୍ଜନ ଖାଇଥିଲି ।
ଗୋ ମାଂସ ଖାଉଥିବା ବ୍ୟକ୍ତି ଶ୍ରୀମନ୍ଦିରକୁ ପ୍ରବେଶ କରି ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ଏହାକୁ ଚାରିଆଡ଼ୁ ପ୍ରତିବାଦ କରାଯୈାଉଛି । ଗୋ-ମାଂସର ପ୍ରଚାର କରୁଥିବା ବ୍ଳଗରଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ମହାପ୍ରସାଦର ପ୍ରସାର ପ୍ରଚାର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜ୍ୟରେ ଲାଗି ରହିଛି ରାଜନୈତିର ବାକ୍ ଯୁଦ୍ଧ ।












Click it and Unblock the Notifications