କଟକରେ ଆରମ୍ଭ ହେଉଛି କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ଵି-ମାସିକ ସଂସ୍କରଣ
ଭୁବନେଶ୍ୱର: କଳିଙ୍ଗ ସାହିତ୍ୟ ମହୋତ୍ସବ, କଟକ ହେରିଟେଜ୍ ୱାକ୍ସ ସହିତ ମିଳିତ ଆନୁକୁଲ୍ୟରେ ରୌପ୍ୟ ସହର, କଟକଠାରେ ଏହାର ସର୍ବଶେଷ ପ୍ରୟାସ, ଏକ ଅନନ୍ୟ ଦ୍ୱି-ମାସିକ ସାହିତ୍ୟ ଉତ୍ସବ ଉନ୍ମୋଚନ କରିବ। କଟକର ସମୃଦ୍ଧ ଐତିହ୍ୟ ଏବଂ ସାଂସ୍କୃତିକ ଗୌରବ ମଧ୍ୟରେ ଏହି କାର୍ଯ୍ୟକ୍ରମ ୩୦ ଜୁଲାଇ ୨୦୨୩ ରେ ଅନୁଷ୍ଠିତ ହେବାକୁ ଯାଉଅଛି ।

ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ର ଗୌରବ ଅର୍ଜନ କରିଥିବା କଟକ, ଓଡ଼ିଶାର ଜୀବନ୍ତ ସଂସ୍କୃତିର ରୂପରେଖରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶହେ ବର୍ଷ ପୁରୁଣା ଐତିହାସିକ ମହତ୍ତ୍ଵ ତଥା ସାହିତ୍ୟ ଏବଂ କଳାର ଗନ୍ତାଘର, ମହାନଦୀ କୂଳରେ ଅବସ୍ଥିତ କଟକ, ବର୍ତ୍ତମାନର ସମାଜରେ ସାହିତ୍ୟର ଚର୍ଚ୍ଚା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ଏହି ମହୋତ୍ସବ କଟକ ହେରିଟେଜ୍ ୱାକ୍ସ ଏବଂ କଳିଙ୍ଗ ସାହିତ୍ୟ ମହୋତ୍ସବ ମଧ୍ୟରେ ଏକ ଅନନ୍ୟ ସହଭାଗୀତା ଅଟେ । ସହରର ସ୍ଥାପତ୍ୟ, ସାଂସ୍କୃତିକ ସ୍ଥଳ, ଏବଂ ଲୁକ୍କାୟିତ ଐତିହ୍ୟ ପ୍ରଦର୍ଶନ କରିବାରେ ବିଶେଷଜ୍ଞ ଭାବରେ, ଏହି ଗୌରବମୟ ସହରର ସଂସ୍କୃତିକୁ ଅନୁସନ୍ଧାନ ଏବଂ ସ୍ମରଣ କରିବା ପାଇଁ କଟକ ହେରିଟେଜ୍ ୱାକ୍ସ ଆମର ଏହି ପ୍ରୟାସରେ ଏକ ମୂଲ୍ୟବାନ ଅଂଶୀଦାର ।
ଆଶ୍ଚର୍ଯ୍ୟଜନକ ସ୍ଥାପତ୍ୟଠାରୁ ଆରମ୍ଭ କରି ଜଟିଳ ରୂପା ତାରକସି କାର୍ଯ୍ୟ ପର୍ଯ୍ୟନ୍ତ, କଟକ ଏକ ଚମତ୍କାର ସୃଷ୍ଟି କରେ ଯାହା ପ୍ରତ୍ୟେକ ହୃଦୟକୁ ଆକର୍ଷିତ କରିଥାଏ । କାହାଣୀର ଭଣ୍ଡାର ସହିତ, କଟକର ଇତିହାସ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ମୋଜାଇକ୍ ରେ ନିରବଚ୍ଛିନ୍ନ ଭାବରେ ବୁଣା ହୋଇ ଅତୀତର ଝଲକ ପ୍ରଦାନ କରେ । କଳିଙ୍ଗ ସାହିତ୍ୟ ମହୋତ୍ସବ ପ୍ରତ୍ୟେକ ଦୁଇ ମାସରେ ଶେଷ ରବିବାର ଦିନ କଟକ ଠାରେ ଏହି ଉତ୍ସବ ପାଳନ କରିବ ।
"କଟକ ଶତାବ୍ଦୀ ଧରି ଓଡ଼ିଶାର ସାହିତ୍ୟିକ, ସାଂସ୍କୃତିକ ତଥା ବ୍ୟବସାୟିକ ରାଜଧାନୀ ହୋଇଆସୁଛି । କଟକର ଗୌରବମୟ ଅତୀତ, ଜୀବନ୍ତ ବର୍ତ୍ତମାନ ଏବଂ ପ୍ରେରଣାଦାୟକ ଭବିଷ୍ୟତ ସହିତ ଜଡିତ ହେବା ତଥା ପାଳନ କରିବା ପାଇଁ 'କେଏଲ୍ଏଫ୍ କଟକ' ଏକ ପ୍ରୟାସ ବୋଲି କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ରଶ୍ମୀ ରଂଜନ ପରିଡା କହିଛନ୍ତି" ।
କେଏଲ୍ଏଫ୍ କଟକର ଉଦଘାଟନୀ ଦିବସରେ ଓଡ଼ିଶା ସାହିତ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ଖ୍ୟାତନାମା ଅଭିନେତା, ଲେଖକ ଓ ଟିଭି ଉପସ୍ଥାପକ ଶ୍ରୀ ସତ୍ୟବ୍ରତ (କୁନା) ତ୍ରିପାଠୀ, ବିଶିଷ୍ଟ କବି ଶ୍ରୀ ସରୋଜ ରଂଜନ ମହାନ୍ତି, ଶ୍ରୀ ଅମରଶ ପଟ୍ଟନାୟକ, ପ୍ରଖ୍ୟାତ ସାମ୍ବାଦିକା ତଥା ଔପନ୍ୟାସିକା କସ୍ତୁରୀ ରାୟ ଏବଂ ପ୍ରଖ୍ୟାତ ସାମ୍ବାଦିକ ତଥା ଔପନ୍ୟାସିକ ସନ୍ଦୀପ ସାହୁ ତଥା ଅନ୍ୟାନ୍ୟ ବ୍ୟକ୍ତିଗଣ ଅଂଶଗ୍ରହଣ କରିବେ।
ଏହି ଉତ୍ସବରେ ଶ୍ରୀ ଜ୍ଞାନୀ ଦେବାଶିଷ ମିଶ୍ର, ଶ୍ରୀ ଅମିୟ ରଂଜନ ମହାପାତ୍ର, ଶ୍ରୀ ସୁରେଶ ନାୟକ, ଶ୍ରୀ ବିଜୟ ମଲ୍ଲ, ଶ୍ରୀମତୀ ରଣଜିତା ନାୟକ, ଡଃ ସରୋଜିନୀ ଷଡଙ୍ଗୀ, ପ୍ରଫେସର ଅଞ୍ଜୁମାନ ଆରା, ଶ୍ରୀ ଚିନ୍ମୟ ଜେନା ଏବଂ ଫ୍ରେଡେରିକ୍ ରାଇଟ୍ ଭଳି ଅନେକ ବହୁଭାଷୀ କବି ମଧ୍ୟ ଯୋଗଦେବେ।
"କେଏଲ୍ଏଫ୍ କଟକ ହେଉଛି କଳିଙ୍ଗ ସାହିତ୍ୟ ମହୋତ୍ସବର ଏକ ନିଆରା ପଦକ୍ଷେପ ଯାହା କଟକର ଗୌରବମୟ ଅତୀତ ତଥା ଓଡ଼ିଶାର ପାରମ୍ପରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଥିବା ସାଂସ୍କୃତିକ ଅବଦାନକୁ ପୁନରୁତ୍ଥାନ ଓ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ଗର୍ବର ସହିତ କଟକ ଇତିହାସର ଏହି ମହୋତ୍ସବରେ ଯୋଗଦେବା ପାଇଁ ଆମେ ସମସ୍ତ ସାହିତ୍ୟ ପ୍ରେମୀ ଏବଂ ଉତ୍ସାହୀଙ୍କୁ ଆମନ୍ତ୍ରଣ କରୁଛୁ ବୋଲି ଶ୍ରୀ ପରିଡ଼ା କହିଛନ୍ତି।












Click it and Unblock the Notifications