Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ଚାଷୀଙ୍କୁ ନୂଆଖାଇ ଭେଟି, ଆଜି ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର: ଚାଷୀଙ୍କୁ ମିଳିବ ନୂଆଁଖାଇ ଭେଟି । ଆଜି ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା । 44 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିବ ସହାୟତା । କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ ଉପକୃତ ହେବେ । ଚାଷୀଙ୍କ ଆକାଉଣ୍ଟକୁ ଆସିବ 2000 ଟଙ୍କା ଲେଖାଏଁ ସହାୟତା ରାଶି । 900 କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର ହେବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ । କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ କାଳିଆ ସହାୟତା ଦେବେ ରାଜ୍ୟ ସରକାର ।

KALIA Scheme

2018 ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ 'କାଳିଆ' ଯୋଜନା ପ୍ରଚଳନ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ 4ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ବଜେଟ୍‌‌ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ରାଜ୍ୟର 14 ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ 53 ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି ।

'କାଳିଆ' ଯୋଜନାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା। ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ଵାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+