Get Updates
Get notified of breaking news, exclusive insights, and must-see stories!

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା: ଦୋଷ ଲଦାଲଦି ଓସେପା ଓ ଇଡିସିଆଇଏଲ

ଭୁବନେଶ୍ୱର: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାକୁ ନେଇ ତେଜିଛି ବିବାଦ । ନିଯୁକ୍ତି ମାମଲାରେ ଅନିୟମିତତା ଅଭିଯୋଗ ପରେ ଦୋଷ ଲଦାଲଦି ହୋଇଛନ୍ତି ଓସେପା ଓ ଇଡିସିଆଇଏଲ । ଏ ନେଇ ସ୍ପଷ୍ଟୀକରଣ ରଖିଛି ଓସେପା ।

ଟ୍ୱିଟ୍ କରି ଓସେପା କହିଛି, ଇଡିସିଆଇଏଲ୍ କନିଷ୍ଠ ଶିକ୍ଷକଙ୍କ ପରୀକ୍ଷା କରାଇଥିଲା । ଜାନୁଆରୀ 15 ତାରିଖରେ ଇଡିସିଆଇଏଲ ମେରିଟ ତାଲିକା ଦେଇଥିଲା । ସେହି ଦିନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହ ଅପଲୋଡ କରାଯାଇଥିଲା । କନିଷ୍ଠ ଶିକ୍ଷକ କାଟାଗୋରୀ ୱାନ ଓ ଟୁ ପାଇଁ ଅଗଷ୍ଟ 22 ତାରିଖରେ ପରୀକ୍ଷା କରାଇଥିଲା ଇଡିସିଆଇଏଲ । ଏହାପରେ ଜାନୁଆରୀ 15 ତାରିଖରେ ମେଧା ତାଲିକା ଇଡିସିଆଇଏଲ ପକ୍ଷରୁ ଓସେପାକୁ ଦିଆଯାଇଥିବା ଟ୍ୱିଟରେ ଉଲ୍ଲେଖ କରିଛି ଓସେପା । ସ୍ପଷ୍ଟୀକରଣ ରଖି ଇଡିସିଆଇଏଲ୍ ମୁଣ୍ଡରେ ଦୋଷ ଲଦିଦେଇଛି ଓସେପା ।

JT Recruitment

କିନ୍ତୁ ଗତକାଲି ଇଡିସିଆଇଏଲ ପ୍ରେସ ରିଲିଜ ଜାରି କରି କୁହାଯାଇଥିଲା ଯେ, କମ୍ପ୍ୟୁଟର ଆଧାରିତ ଟେଷ୍ଟ ପରେ ଇଡିସିଆଇଏଲ ଦ୍ୱାରା ପରୀକ୍ଷା ଫଳ ପ୍ରସ୍ତୁତ କରାଯାଇଥିଲା, ଯାହାକି 2023 ଜାନୁୟାରୀ 6 ତାରିଖରେ ସ୍ୱାକ୍ଷରିତ ଏମଓୟୁ ଓ 2023 ଅଗଷ୍ଟ 22 ତାରିଖର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ୍ ଆଧାରରେ ପ୍ରସ୍ତୁତ କରାଯାଇ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି(ଓସେପା)ର ଅଧିକୃତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । କମ୍ବାଇନଡ୍ ମେରିଟ୍ ଲିଷ୍ଟ 2024 ଜାନୁୟାରୀ 13 ତାରିଖରେ ଓସେପାକୁ ପ୍ରଦାନ କରାଯାଇଥିଲା ଓ ଜାନୁୟାରୀ 15ତାରିଖରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ପ୍ରଦାନ କରାଯାଇଥିଲା ।

ଏଥିମଧ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ନେଇ ଆଜି ହାଇକୋର୍ଟରେ ହେବ ଶୁଣାଣି ହୋଇଛି । ହାଇକୋର୍ଟରେ ରାଜ୍ୟ ସରକାର ଜବାବ ଦାଖଲ କରିଛନ୍ତି । ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା ଜଣାଇଛନ୍ତି । ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ପରେ ଆସନ୍ତା 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଗତ ଶୁଣାଣୀ ସମୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ଅଙ୍କୁଶ ଲଗେଇଥିଲେ ହାଇକୋର୍ଟ । ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲଗାଇଥିଲେ କୋର୍ଟ । ଗତ 21 ଓ 22 ତାରିଖରେ ପରୀକ୍ଷାର୍ଥୀଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା । ହେଲେ ହାଇକୋର୍ଟଙ୍କ ରୋକ୍ ଯୋଗୁଁ ବନ୍ଦ ରହିଛି ନିଯୁକ୍ତି ପ୍ରକ୍ରିୟା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+