ବିଧାନସଭା ଲଢିବା ଚର୍ଚ୍ଚାରେ ଟାଣିଲେ ପୂର୍ଣ୍ଣଛେଦ ! ‘ସାଂସଦ ଲଢିବାକୁ ଇଛା ଅଛି’ କହିଲେ ଜୁଏଲ
ସୁନ୍ଦରଗଡ଼: ଆଉ କିଛି ମାସ ପରେ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନେଇ ଅନେକ କଳ୍ଫନାଜଳ୍ପନା ଆରମ୍ଭ ହେଲାଣି । କିଏ କେଉଁ ଆସନରୁ ଲଢିବେ... କେଉଁ ଦଳରୁ ଲଢିବେ ସେ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥି ମଧ୍ୟରେ ସୁନ୍ଦରଗଡ଼ ସାଂସଦ ତଥା ବିଜେପି ନେତାଙ୍କୁ ନେଇ କରାଯାଇଛି ଅନେକ କଳ୍ପନା । ସେ ଏଥର ଲୋକସଭା ଆସନ ପରିବର୍ତ୍ତେ ବିଧାନସଭା ପାଇଁ ଲଢିପାରନ୍ତି ବୋଲି ଚର୍ଚା ଜୋର୍ ଧରିଛି । ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଚାହୁଛି ବୋଲି କୁହାଯାଉଛି ।
ତେବେ ଏ ନେଇ ମୁହଁ ଖୋଲିଛନ୍ତି ଖୋଦ୍ ଜୁଏଲ ଓରାମ୍ । ସେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଶେଷ ଥର ପାଇଁ ସାଂସଦ ଭାବେ ଲଢିବାକୁ ଚାହୁଁଛି ବୋଲି କହିଛନ୍ତି ଜୁଏଲ । ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଜୁଏଲ ।
'ସାଂସଦ ଭାବେ ଲଢ଼ିବାକୁ ଚାହୁଁଛି, ବିରୋଧୀଙ୍କ ଚର୍ଚ୍ଚା ଫରକ ପକାଇବ ନାହିଁ । ଯଦି କେନ୍ଦ୍ର ଚାହେଁ, ତେବେ ବିଧାନସଭା ଲଢ଼ିବା ବିଷୟରେ ଚିନ୍ତା କରିବି' ବୋଲି ମଧ୍ୟ ସେ କହିଥିବା ନେଇ ସୂଚନା ରହିଛି ।

ଉଲ୍ଲେଖଥାଉକି, ବିଜେପି ପୁଣିଥରେ ସାଂସଦ ଜୁଏଲ୍ ଓରାମଙ୍କୁ ହିଁ ଲୋକସଭା ବଜଳରେ ବିଧାନସଭାରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା । ଆଦିବାସୀ ନେତା ଜୁଏଲ୍ ଏହି ଆସନରୁ ବାରମ୍ବାର ବିଜୟୀ ହୋଇଆସୁଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନର ସଫଳତା ପରେ ବିଜେପି ସେହି ଢାଞ୍ଚାରେ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ବିଧାନସଭା ପାଇଁ ଟିକେଟ୍ ଦେବ ବୋଲି କୁହାଯାଉଥିଲା ।
ଜୁଏଲ 1998 ରୁ ଏହି ଆସନକୁ କବଜା କରି ରଖିଥିବାରୁ ତାଙ୍କର ପକେଟ୍ ଭୋଟ୍ ଭଲ ରହିଛି । ଯଦି ସେ ବିଧାନସଭା ପାଇଁ ଲଢନତି ତେବେ ସେ ଭଲ ଭୋଟ୍ ପାଇପାରନ୍ତି ବୋଲି ମଧ୍ୟ କୁହାଯାଉଥିଲା । କିନ୍ତୁ ସାଂସଦ ପାଇଁ ଲଢିବା ଇଛା ଥିବା କହି ଏହି ସବୁ କଳ୍ପନାଜଳ୍ପନାରେ ବିରାମ ଟାଣିଛନ୍ତି ଜୁଏଲ ।












Click it and Unblock the Notifications