ବଦଳିଲେ ଝାରସୁଗୁଡ଼ା ଏସପି ଓ ବ୍ରଜରାଜନଗର ଏସଡିପିଓ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରାଜ୍ୟ ପୁଲିସ ବିଭାଗ । ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କୁ ବଦଳି କରାଯାଇଛି । ଜୈନଙ୍କୁ ରାଜ୍ୟ ପୋଲିସ୍ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି ।

SP Rahul

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରାଜ୍ୟ ପୁଲିସ ବିଭାଗ । ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କୁ ବଦଳି କରାଯାଇଛି । ଜୈନଙ୍କୁ ରାଜ୍ୟ ପୋଲିସ୍ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି । ଏଥିସହିତ ବରଗଡ଼ ଏସପି ପରମାର ସ୍ମିତଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେହପରି ବୌଦ୍ଧ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କୁ ବରଗଡ଼କୁ ବଦଳି କରାଯାଇଛି । ବୌଦ୍ଧରେ ଏସପି ଦାୟିତ୍ୱ ନେଇଛନ୍ତି ରାଜ ପ୍ରସାଦ ।

ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି । ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା ବେଳେ ତାଙ୍କ ସ୍ଥାନରେ ଚିନ୍ତାମଣୀ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ଚିନ୍ତାମଣୀ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏସ୍‌ଡିପିଓ ଭାବେ ଦାୟିତ୍ୱରେ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+