Get Updates
Get notified of breaking news, exclusive insights, and must-see stories!

ବାପା ଯେଉଁ ଆସନରେ ବସୁଥିଲେ ତାକୁ ଦେଖି ଭାବବିହ୍ୱଳ ହୋଇଗଲି....

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମେ ବାଚସ୍ପତି ନିର୍ବାଚନ ପରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ଏଥିରେ ପ୍ରଥମ ଥର କରି ଯୋଗ ଦେଇଥିଲେ ଝାରସୁଗୁଡ଼ା ଆସନରୁ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝିଅ ଦୀପାଳି ଝାରସୁଗୁଡ଼ା ଆସନରୁ ବିଜୟୀ ହୋଇଥିଲେ ।

Deepali das

ଏହି ଅବସରରେ ଦୀପାଳି କହିଛନ୍ତି, ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ । ଆଜି ମୁଁ ବହୁତ ଭାବବିହ୍ଵେଳ ହୋଇଗଲି । ବାପା ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆର୍ଶୀବାଦ ନେଲି । ମୋ ବାପା ଚାହୁଁଥିଲେ ମୁଁ ବି ତାଙ୍କ ପରି ଲୋକଙ୍କ ପାଇଁ ସ୍ୱର ଉଠାଏ । ଆଜି ପ୍ରଥମ ଥର ବିଧାନସଭା ଆସିଛି । କିନ୍ତୁ ଦେଖିବାକୁ ବାପା ନାହାଁନ୍ତି ।

ସନ୍ଧ୍ୟା 5ଟା ଯାଏଁ ଗୃହ ମୁଲତବୀ ରହିଛି । ଅପରାହ୍ନ 5 ଟାରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅତିରିକ୍ତ ବଜେଟ୍ ର ଆକାର ପ୍ରାୟ 22 ହଜାର କୋଟି ବୋଲି ଜଣାପଡ଼ିଛି । ଏହା ବ୍ୟତିତ ଆପାର୍ଟମେଣ୍ଟ ଅଧ୍ୟାଦେଶ, ଡ୍ରିମ୍ ସ ୟୁନଭରସିଟି ବିଲ୍, ପାଣି ପଞ୍ଚାୟତ ବିଲ୍, ଓବିସି କମିଶନ ଅଧ୍ୟାଦେଶ ଗୃହରେ ଆଗତ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+