ମେ 10 ରେ ଝାରସୁଗୁଡ଼ା ଉପ ନିର୍ବାଚନ, 13 ରେ ଆସିବ ଫଳାଫଳ

ଭୁବନେଶ୍ୱର: ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରରକାଶ ପାଇଛି ବିଜ୍ଞପ୍ତି । ମେ 10 ରେ ଝାରସୁଗୁଡା ଉପ ନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଏହା ପରେ 13 ମେ' ରେ ପ୍ରକାଶ ପାଇବ ଫଳାଫଳ । ନାମାଙ୍କନ ଦାଖଲ ଶେଷ ତାରିଖ ରହିଛି 21 ଅପ୍ରେଲ । ପୂର୍ବ ବିଧାୟକ ସ୍ୱର୍ଗତଃ ନବ ଦାସଙ୍କ ମୃତ୍ୟୁ ପରେ ଆସନ ଖାଲି ପଡ଼ିଥିଲା ।
ଝାରସୁଗୁଡ଼ାରେ 2 ଲକ୍ଷ 21 ହଜାର ଭୋଟର ଅଛନ୍ତି । ଏଥି ମଧ୍ୟରୁ ପୁରୁଷ ଭୋଟର 1 ଲକ୍ଷ 10 ହଜାର ଏହଂ ମହିଳା ଭୋଟର ରହିଛନ୍ତି 1 ଲକ୍ଷ 20 ହଜାର । ବୁଥ୍ ସଂଖ୍ୟା ରହିଛି 253 ।
ଦେଶରେ ହେବାକୁ ଥିବା ସମସ୍ତ ଉପ-ନିର୍ବାଚନ ତଥା ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ ନିର୍ବାଚନ । 4 ଟି ବିଧାନସଭା ଏବଂ ଗୋଟିଏ ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ ।












Click it and Unblock the Notifications