ଆଜି ଆସିବ ଝାରସୁଗୁଡ଼ା ଜନାଦେଶ ଫଳାଫଳ

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରକାଶ ପାଇବ ଝାରସୁଗୁଡ଼ା ଉପନିର୍ବାଚନ ଫଳାପଳ । ସକାଳ 8 ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଶେଷ ହେବା ପରେ 8.30 ରୁ ଇଭିଏମ୍ ଗଣତି ଆରମ୍ଭ ହେବ । ମୋଟ୍ 14 ଟି ଟେବୁଲରେ 18 ରାଉଣ୍ତରେ ହେବ ଗଣତି । ଗଣତି କେନ୍ଦ୍ର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଝାରସୁଗୁଡ଼ା ସ୍ଥିତ ଇଞ୍ଜିନିୟରିଂ କଲେଜରେ ହୋଇଛି ଭୋଟ ଗଣନା କେନ୍ଦ୍ର । 253 ବୁଥ୍ ଥିବାରୁ 18 ରାଉଣ୍ତ ଗଣନା ହେବ । ସଂଧ୍ୟା 4-6 ଟା ମଧ୍ୟରେ ପ୍ରକାଶ ପାଇବ ଫଳାଫଳ । ମତ ଗଣନା କେନ୍ଦ୍ରରେ ସେଣ୍ଟ୍ରାଲ ଅବଜରଭର ଟିମ୍ ଉପସ୍ଥିତ ରହିବା ସହ ଷ୍ଟ୍ରଙ୍ଗ ରୁମକୁ ସଂପୂର୍ଣ୍ଣ ସିସିଟିଭି ସ୍କାନରେ ରଖାଯାଇଛି ।
ପ୍ରତ୍ୟେକ ଟେବୁଲରେ ଜଣେ କାଉଟିଙ୍ଗ୍ ସୁପରଭାଇଜରଙ୍କ ସହ ଜଣେ ସହାୟକ ଏବଂ ଜଣେ ମାଇକ୍ରୋ ଅବଜରଭର ଉପସ୍ଥିତ ରହିବା ନେଇ ରହିଛି ସୂଚନା । ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥର ସାଧାରଣ ଜନତା ମଧ୍ୟ ସିଧାସଳଖ ଭୋଟ୍ ରେଜଲ୍ଟ ଜାଣିପାରିବେ ।
www.result.eci.gov.in ୱେବସାଇଟରେ ଲଗଇନ୍ କରି ଉପନିର୍ବାଚନ ଫଳାଫଳ ଜାଣି ପାରିବେ । ଅନ୍ୟପକ୍ଷରେ ସିଇଓଙ୍କ ଅଫିସ ପରିସରରେ ମଧ୍ୟ ରେଜଲ୍ଟ ଜାଣିବାର ବ୍ୟବସ୍ଥା କରାଯାଇଛି ।
ଉଲ୍ଲେଖଥାଉ କି, ଝାରସୁଗୁଡା ନିର୍ବାଚନ ମୈଦାନରେ ମୋଟ 9 ଜଣ ପ୍ରାର୍ଥୀ ରହିଥିବା ବେଳେ 3 ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି ।
ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଭୋଟ ସଂଖ୍ୟା ଅଧିକ ରହିଥିଲା । ମହିଳାଙ୍କ ଭୋଟ ସଂଖ୍ୟା 77, 020 ଥିବା ବେଳେ ପୁରୁଷଙ୍କ ଭୋଟ ସଂଖ୍ୟା ଥିଲା 74,008 । ମୋଟ 1 ଲକ୍ଷ 50 ହଜାର 035 ଭୋଟ ଗ୍ରହଣ କରାଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications