Get Updates
Get notified of breaking news, exclusive insights, and must-see stories!

ଝାରପଡ଼ା ଜେଲ୍ ସଂଘର୍ଷ, ଜେଲ ୱାର୍ଡର ନିଲମ୍ବିତ

ଭୁବନେଶ୍ୱର: ଝାରପଡା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଡ୍ୟୁଟିରେ ଖିଲାପ ଅଭିଯୋଗରେ ଦୁଇ ଜେଲ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ଏବଂ ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଭାତ ମହାରଣାକୁ ନିଲମ୍ବିତ କରାଯାଇଥିବା ବେଳେ ମଙ୍ଗୁଳିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

Jharpada Jail

ପ୍ରଭାତ ଝାରପଡା ଜେଲରେ ଥିବା ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିଲେ । ଅଭିଯୁକ୍ତ ଚକରା ବାରିକଙ୍କୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଚକରା ଉପରେ ନଜର ନ ରଖି ତାକୁ ଖୋଲା ଛାଡିଦେଇଥିଲେ ୱାର୍ଡର ଯାହା ସିସିଟିଭି ଭିଡିଓରୁ ସ୍ପଷ୍ଟ ହୋଇଛି । ସେହିପରି ନାଇଟ୍ ଡ୍ୟୁଟିରେ ଥିବା ବେଳେ କିପରି ନିଶାଦ୍ରବ୍ୟ ଜେଲ ଭିତରକୁ ଆସିଲା ସେନେଇ ସ୍ପଷ୍ଟିକରଣ ମାଗିଛି ବିଭାଗ । ଜେଲ୍ ଡିଜିଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଜେଲ୍ ଡିଆଇଜି ଅନସୂୟା ଜେନା ଓ ବରିଷ୍ଠ ଅଧୀକ୍ଷକ ଡିଏନ୍ ବାରିକ ରିପୋର୍ଟ ଦେଇଥିଲେ । ଝାଡ଼ପଡା ଜେଲରେ ଗୋଷ୍ଠୀ ସଂଘର୍ଷ ପରେ ଚେତିଲା ଜେଲ ବିଭାଗ । ରାଜ୍ୟର ପ୍ରମୁଖ ଜେଲ ସହ ଜେଲ ଡିଜି ଅମ୍ରିତ ମୋହନ ପ୍ରସାଦ ଭିଡିଓ କନଫରେନସିଂରେ ବୈଠକ କରୁଛନ୍ତି । ଜେଲରେ କିଭଳି ସୁରକ୍ଷା ରହିଛି । କିଭଳି ନିଶା କାରବାର ଚାଲିଛି ? ଏସବୁ ନେଇ ଚାଲିଛି ବୈଠକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+