Get Updates
Get notified of breaking news, exclusive insights, and must-see stories!

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ୍ ବାବୁ

ଜୟପୁର: ଲାଞ୍ଚ ନେଇ ଧରା ହେଲେ ପୋଲିସ୍ ବାବୁ । 5 ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ ।

vigilance

ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ 5 ହଜାର ଟଙ୍କା, ଜଣେ ବ୍ୟବସାୟଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ । ଗାଡ଼ି ମାଲିକ ବ୍ୟବସାୟଙ୍କୁ 5 ହଜାର ଟଙ୍କା ଦେଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଗାଡିଚାଳକଙ୍କୁ ରଙ୍ଗ ବୋଳା ଟଙ୍କା ଦେଇଥିଲା । ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବାବେଳେ ଜୟପୁର ପୁରୁଣା ଏସଡିପିଓଙ୍କ ଆବାସ ଗୃହ ନିକଟରେ ଧରିଥିଲା ଭିଜିଲାନ୍ସ ଟିମ୍ । କେମିକାଲ ପରୀକ୍ଷା ପରେ ଏ ଏସ୍ ଆଇ ଅନିଲ କୁମାର ନାୟକଙ୍କୁ ଜୟପୁର ଭିଜିଲାନ୍ସ ଗରିଫ କରିଛି । ଘଟଣାରେ ଦୁଇ ଜଣ ସାକ୍ଷ୍ୟ ନିମନ୍ତେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣୀଙ୍କୁ ନେଇଛି ଭିଜିଲାନ୍ସ ଟିମ୍ ।

ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ଅନୀଲ କୁମାର ନାୟକଙ୍କ ସରକାରୀ ଘର ଓ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+