Get Updates
Get notified of breaking news, exclusive insights, and must-see stories!

ଶ୍ରୀଲିଙ୍ଗରାଜ : ରାତି 10ରେ ଉଠିବ ମହାଦୀପ, ଜାଣନ୍ତୁ କଟକଣା ଭିତରେ କିଭଳି ଜାଳିବେ ଦୀପ

ମହାଶିବରାତ୍ରୀ ଅବସରରେ ଚଳିତ ବର୍ଷ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ରାତି 10 ଟାରେ ମହାଦୀପ ଉଠିବା ନେଇ ସମୟ ନିର୍ଦ୍ଧାରଣ କରାଯାଇଛି ।

Mahashivratri : ମହାଶିବରାତ୍ରୀ ଅବସରରେ ଚଳିତ ବର୍ଷ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ରାତି 10 ଟାରେ ମହାଦୀପ ଉଠିବା ନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ରାତି 10 ଟା ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ କିଭଳି ମନ୍ଦିରରୁ ବାହାରି ଯିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ । ଦୀପ ଜାଳିବା ପାଇଁ ଭକ୍ତମାନେ ଯେଭଳି ଏକତ୍ରିତ ହୋଇ ବସି ପାରିବେ ନାହିଁ ସେ ପ୍ରତି ଦୃଷ୍ଟି ଦିଆଯିବ । ତେବେ ଚଳିତ ଥର କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ଜାଗର ଜାଳିବା ନେଇ କୁହାଯାଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଜି ମହାଦେବଙ୍କ ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ତିନି ସେବାୟତ ନିଯୋଗଙ୍କ ସହ ପୁଲିସ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ସହ ଶାନ୍ତି ଶୃଙ୍ଖଳାରେ ଭକ୍ତ କିଭଳି ଦର୍ଶନ କରିବେ ସେ ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜଳିବେ । ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ମଧ୍ୟ ହୋଇଛି ।

Lingaraj-temple

ଖାଦ୍ୟ ବଣ୍ଟନକୁ ମନା

ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳନ ହେବାକୁ ଥିବା ମହାଦେବଙ୍କ ଜାଗର ପାଇଁ ପ୍ରସ୍ତୁତି ଜୋରଦାର୍ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମହାଦୀପ ଉଠିବା ପୂର୍ବରୁ ଶ୍ରଦ୍ଧାଳୁମାନେ ଯେପରି ଏକତ୍ରିତ ହୋଇ ଦୀପ ନଜାଳନ୍ତି ତାକୁ ଧ୍ୟାନ ଦିଆଯିବ । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତ ଦର୍ଶନ କରିବେ । ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ । ତେବେ ଜାଗର ଦିନ ବିଭିନ୍ନ ଏନଜିଓ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ହେଉଥିବା ଖାଦ୍ୟ ବଣ୍ଟନକୁ ଚଳିତଥର ବାରଣ କରାଯାଉଛି । କେବଳ ପାଣି ଓ ଓଆରଏସ୍ ଦଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ଭୁବନେଶ୍ୱର ଡିସିପି । ସେହିପରି ଗର୍ଭ ଗୃହକୁ ପ୍ରବେଶ ଉପରେ କଟକଣା କରାଯାଇଥିବା ବେଳେ ଆଡ଼କାଠ ଠାରେ ରହି ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ କରିପାରିବେ । ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ ବୋଲି ପୂର୍ବରୁ ବିଏମସି ନିର୍ଦ୍ଦେଶ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+