ଆହୁରି ସରଳ ହେବ ଜଗା ଦର୍ଶନ, ସବୁ ଜିଲ୍ଲାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍
ପୁରୀ: ନିଜ ଠାକୁର ଜଗନ୍ନାଥ ପାଖରେ ପହଞ୍ଚିବାକୁ ଆଉ ହେବନି ଅସୁବିଧା । ସରଳ ହେବ ଜଗା ଦର୍ଶନ । ଭକ୍ତମାନେ ନିଜ ଜିଲ୍ଲାରୁ ସିଧାସଳଖ ପୁରୀରେ ପହଞ୍ଚି ଅତି ସୁବିଧାରେ ଜଗଦା ଦର୍ଶନ କରିପାରିବେ । ଏ ନେଇ ରାଜ୍ୟ ସରକରା ଆରମ୍ଭ କରୁଛନ୍ତି ଜଗନ୍ନାଥ ଏକ୍ସପ୍ରେସ୍ ।
ଆଜି ଠାରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଏକ୍ସପ୍ରେସକୁ ପତକା ଦେଖାଇ ଶୁଭାରମ୍ଭ କରିବେ । ଜିଲ୍ଲା ମୁଖ୍ୟାଳୟରୁ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ବିଳାସପୂର୍ଣ୍ଣ ବସ୍ ।

ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ 15 ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ । ପରବର୍ତ୍ତି ସମୟରେ ଅବଶିଷ୍ଟ ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ରହିଛି । ଏହି ସେବା ଆରମ୍ଭ ହେବା ପରେ ପୁରୀ ସହିତ 30 ଟି ଯାକ ଜିଲ୍ଲା ସିଧାସଳଖ ଯୋଡ଼ିହେବ ।
ତେବେ ପ୍ରାଥମିକ ପର୍ଯ୍ୟାୟରେ 15 ଟି ଜିଲ୍ଲାରୁ ଏହି ଯୋଜନାରେ ସାମିଲ କରାଯାଇଛି । ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଏହି ପୁରୀ ଗଡ଼ିବ ବସ । ଏହି ସବୁ ଜିଲ୍ଲାରୁ ଭୁବନେଶ୍ୱର ଦେଇ ସିଧାସଳଖ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ ।
ବସ୍ ଯେଉଁ ଜିଲ୍ଲାରୁ ବି ଆସିଲେ, ଭୁବନେଶ୍ୱର ଦେଇ ପୁରୀ ଯିବ । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଆଗ୍ରହ ରହିଛି । ଯେଉଁଥିପାଇଁ ଜଗନ୍ନାଥ ଏକ୍ସପ୍ରେସ ସହାୟ ସାଜିବ । ଯାହାକୁ ନେଇ ସାରା ରାଜ୍ୟର ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି ।
ଗାଁରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ଥିବା ବସ ଏଣିକି ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବ । ଏହା ଦ୍ୱାରା ଜଗନ୍ନାଥପ୍ରେମୀମାନେ ଅନେକ ମାତ୍ରାରେ ଉପକୃତ ହେବେ । ପୁରୀ କୁ ଯିବାଆସିବା କରିବା ମଧ୍ୟ ସହଜସାଧ୍ୟ ହୋଇପାରିବ । ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବସ ସେବା ଜାରି ରହିଥିଲା । ଏବେ ଜିଲ୍ଲା ମୁଖ୍ୟାଳୟରୁ ଏହା ଭୁବନେଶ୍ୱର ଦେଇ ପୁରୀକୁ ସିଧାସଳଖ ଚଳାଚଳ କରିବ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications