Get Updates
Get notified of breaking news, exclusive insights, and must-see stories!

ଆଇଟି ରେଡ୍: ବଲାଙ୍ଗୀରରେ ସରିଲା ଟଙ୍କା ଗଣତି, ମିଳିଲା 170 କୋଟି...

ବଲାଙ୍ଗୀର: ମଦ ବ୍ୟବସାୟୀଙ୍କ ଘର ଓ ବିଭିନ୍ନ ସଂସ୍ଥାନ ଉପରେ ହୋଇଥିବା ଆୟକର ବିଭାଗ ରେଡ୍‌ ମାମଲାରେ ବଲାଙ୍ଗୀରରେ କେବଲ ଟଙ୍କା ଗଣତି ସରିଛି । ବଲାଙ୍ଗୀର ସୁଦପଡ଼ା ମଦଭାଟିରେ ଆଇଟି ରେଡ ପରେ ଚାଲିଥିବା ଟଙ୍କା ଗଣା ଶେଷ ହୋଇଛି । ତିନି ଦିନ ପରେ ଦୀର୍ଘ ନିଶ୍ୱାସ ନେଇଛନ୍ତି ବ୍ୟାଙ୍କ କର୍ମଚାରୀ । ତୃତୀୟ ଦିନରେ ଟଙ୍କାର ପାହାଡ଼କୁ ଗଣି ଶେଷ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ମୋଟ 170 କୋଟି ଟଙ୍କା ଗଣତି ସରିଛି ।

IT raid

ଗତକାଲି ତୃତୀୟ ଦିନରେ ବ୍ୟାଙ୍କ କର୍ମଚାରୀ 124 କୋଟି ଟଙ୍କା ଗଣିଥିଲେ । 106 ଟି ବ୍ୟାଗରୁ ଏହି ଟଙ୍କା ଗଣା ଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର 46 କୋଟି ଟଙ୍କା ଗଣା ହୋଇଥିଲା । ଏତେ ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ 60 ଘଣ୍ଟା ସମୟ ଲାଗିଥିଲା । ଏପରିକି ଟଙ୍କା ଗଣିବାକୁ ମଧ୍ୟ ମେସିନ କମ୍ ପଡ଼ିଯାଇଥିଲା । ବିଭିନ୍ନ ବ୍ୟାଙ୍କରୁ ମେସିନ ମଗାଯାଇ ଟଙ୍କା ଗଣାଯାଇଥିଲା ।

ଅନ୍ୟପକ୍ଷେ, ସୁଦପଡା ମଦ ଭାଟିରେ ଥିବା ପୁରୁଣା ଟ୍ରେଜେରୀ ଗ୍ୟାସ୍ କଟର ମାଧ୍ୟମରେ ଆୟକର ବିଭାଗ ପକ୍ଷରୁ କଟାଯାଇଛି । ଟ୍ରେଜେରୀ ଖାଲି ଥିବା ଜଣାପଡ଼ିଛି । ଗ୍ୟାସ୍ କଟର ମାଧ୍ୟମରେ ଟ୍ରେଜେରୀ କାଟିଥିବା ଅବଦୁଲ ଅସଗର ଏହି ସୂଚନା ଦେଇଛନ୍ତି । ଟ୍ରେଜେରୀଟିକୁ ପୂର୍ବରୁ ସ୍ଵର୍ଗତ ବଳଦେବ ସାହୁ ବ୍ୟବହାର କରୁଥିଲେ । ଟ୍ରେଜେରୀ ଚାବି ହଜି ଯାଇଥିବାରୁ ଗ୍ୟାସ୍ କଟରେ ମାଧ୍ୟମରେ ଏହାକୁ କଟାଯାଇଥିଲା ।

ସେପଟେ ଜବତ ଟଙ୍କା ଗଣତି ସମୟରେ ଇନ୍ସପେକ୍ଟର ତିଓ୍ବାରୀ ନାଁରେ ଏକ 5 ଲକ୍ଷ ଟଙ୍କା ଭର୍ତ୍ତି ପଲିଥିନ୍ ଜବତ କରିଛି ଆୟକର ବିଭାଗ I ବସ୍ତାରେ ଥିବା ଟଙ୍କା ବାହାର କରିବା ବେଳେ ଇନ୍ସପେକ୍ଟର ତିଓ୍ବାରୀ ନାଁ ଲେଖା ଯାଇଛି ।

ଏବେ ଟଙ୍କା ଗଣତି ସରିଥିବା ବେଳେ ଆଗକୁ କ'ଣ ରହିବ କାର୍ଯ୍ୟାନୁଷ୍ଠାନ ତାକୁ ନେଇ ସମସ୍ତଙ୍କ ନଜର ଆଇଟି ବିଭାଗ ଉପରେ ରହିଛି ।
ସେହିପରି ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଶେଷ ହୋଇଛି ଟଙ୍କା ଗଣତି । ସହରର ଦୁଇଟି ସ୍ଥାନରେ ମଦଭାଟି ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଥିଲା । ରେଡ୍ ବେଳେ ମୋଟ 37 କୋଟି 50 ଲକ୍ଷ ଜବତ ହୋଇଥିବା ଷ୍ଟେଟବ୍ୟାଙ୍କ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି । ଆୟକର ବିଭାଗ କେବଳ ଗୋଟିଏ ଦିନ ରେଡ କରି ଏତେ ପରିମାଣର ଟଙ୍କାକୁ ଜବତ କରିଛି ।

ସୂଚନାଯୋଗ୍ୟ, ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଆୟକର ରେଡ୍ ହୋଇଛି । ଏହି କ୍ରମରେ ବୁଧବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ହୋଇଥିଲା । ଖାସ୍‌ କରି ରାଜ୍ୟର ମଦ ବ୍ୟବସାୟୀଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ଚାଲିଛି । ଏପର୍ଯ୍ୟନ୍ତ ଜବତ ଟଙ୍କାର ପରିମାଣ 300 କୋଟି ପାର୍ କଲାଣି । ଆଗକୁ ଏହା 500 କୋଟି ଛୁଇଁବ ବୋଲି ଚର୍ଚ୍ଚା ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+