ମଦ ସମ୍ରାଜ୍ୟରେ ମେଗା ଆଇଟି ରେଡ୍: 350 କୋଟି ଜବତ ପରେ ମାଟି ତଳେ ଚାଲିଛି ସୁନା ଖୋଜା
ରାଞ୍ଚି: ମଦ ବ୍ୟବସାୟର କଳା ସମ୍ରାଜ୍ୟର ଆୟକର ବିଭାଗର ଚଢାଉ ପରେ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢାଉ ପରେ 350 କୋଟିରୁ ଅଧିକ ଟଙ୍କା ଓ 20 କିଲୋଗ୍ରାମ ସୁନା ଓ ହୀରା ମିଳିଥିଲା । ଏହାର ଗୋଟିଏ ଦିନ ପରେ ଧୀରଜଙ୍କ ଝାଡ଼ଖଣ୍ଡ ଲୋହରଡ଼ଗା ଓ ରାଞ୍ଚିସ୍ଥିତ ଘରେ ପହଞ୍ଚିଛି ଆୟକର ବିଭାଗ । 12 ଜଣିଆ ଟିମ୍ ଖୋଳତାଡ଼ ଜାରି ରଖିଛନ୍ତି । ମାଟି ତଳେ ଟଙ୍କା ଓ ସୁନାଗହଣା ପୋତା ଯାଇଥିବା ସନ୍ଦେହରେ ଆୟକର ବିଭାଗ ଜିଓ ସର୍ଭେଲାନ୍ସ ସିଷ୍ଟମ ଦ୍ୱାରା ଅନୁସନ୍ଧାନ ଚଳାଇଛି ।

ମାଟି ତଳେ କିମ୍ବା କାନ୍ଥ ଭିତରେ ଥିବା ସୁନାକୁ ଠାବ କରିବା ପାଇଁ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଛି । ଏହି ଯନ୍ତ୍ର ପ୍ରାୟ 10-15ଫୁଟ୍ ଗଭୀରରେ ଥିବା ସୁନା ଓ ଅନ୍ୟାନ୍ୟ ଧାତବ ପଦାର୍ଥ ସନ୍ଧାନ କରିବାକୁ ସମର୍ଥ । ଓଡ଼ିଶାରେ ଧୀରଜଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଗୁପ୍ତଧନ ସନ୍ଧାନରେ ଆୟକର ବିଭାଗ ଖୋଳତାଡ଼ କରୁଛି ।
ପରିବାରର 3 ଜଣ ସଦସ୍ୟ ଓ ସିଆଇଏସ୍ଏଫ୍ ଯବାନଙ୍କୁ ନେଇ ଆୟକର ବିଭାଗ ଧୀରଜଙ୍କ ଘରେ ତଦନ୍ତ ଚଳାଇଛି । ବିଭିନ୍ନ ବିଭାଗକୁ ନେଇ ଏକ ବଡ଼ କମିଟି ଗଠନ କରାଯାଇ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ରାଜ୍ୟ ଅବକାରୀ ବିଭାଗ ଧୀରଜ ସାହୁଙ୍କ ବୌଦ୍ଧ ଡିଷ୍ଟିଲାରୀ ଲିମିଟେଡ୍ର ଲାଇସେନ୍ସ ବିଷୟରେ ଖୋଳତାଡ଼ ଆରମ୍ଭ ହୋଇଛି । ଲାଇସେନ୍ସ ଓ ଚୁକ୍ତିନାମା ଠିକ ଭାବେ ପାଳନ ହୋଇଛି କି ନାହିଁ, ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ ବୋଲି ସୂଚନା ମିଳିଛି । ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ, ବୌଦ୍ଧ ଡିଷ୍ଟିଲାରୀ ଲିମିଟେଡ୍ କାରବାର କରିଛି କି ନାହିଁ ? ମଦ ବିକ୍ରି ଅନୁସାରେ ଶୁଳ୍କ ପଇଠ କରିଛି କି ? ଲାଇସେନ୍ସ ଓ ଚୁକ୍ତିନାମା ଠିକ୍ ଭାବେ ପାଳନ ହୋଇଛି କି ନାହିଁ; ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଭାବେ ଯାଞ୍ଚ କରିବ ଅବକାରୀ ବିଭାଗ । ଯଦି କିଛି ତ୍ରୁଟି ନଜରକୁ ଆସେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ବୌଦ୍ଧ ଡିଷ୍ଟଲାରୀର ଲାଇସେନ୍ସ ମଧ୍ୟ ବାତିଲ୍ ହୋଇପାରେ ବୋଲି କୁହାଯାଉଛି ।
ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାର ଖୋଳତାଡ଼ ଆରମ୍ଭ କରିଛି । ଆୟକର ବିଭାଗର ଅଧିକାରୀଙ୍କ ସହ ଇଡିର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି । ଆୟକର ଭବନରେ ଇଡିର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଆଲୋଚନା କରିବା ସହ କିଛି କାଗଜପତ୍ର ସାଥୀରେ ନେଇଛନ୍ତି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications