Get Updates
Get notified of breaking news, exclusive insights, and must-see stories!

ଆଇଟି ରେଡ୍: ନାଲି ଡାଏରୀ ରହସ୍ୟ କଣ ? ରହିଛି ଚାନ୍ଦା ନେଉଥିବା ବ୍ୟକ୍ତିଙ୍କ ନାଁ

ବଲାଙ୍ଗୀର: ଆଜି କୁ 5 ଦିନ ଧରି ଚାଲିଥିବା ଆୟକର ବିଭାଗର ଚଢାଉ ଉପରେ ସାରା ଦେଶର ରହିଛି ନଜର । ଏତେ ପରିମାଣର ଟଙ୍କା ଜବତ ହେବା ଦେଖି ସମସ୍ତେ ତାଜୁବ । ଏପରିକି ଆଲମାରୀ ଭର୍ତ୍ତି ଓ ପେଟି ପେଟି ଟଙ୍କା ବିଡ଼ା ମିଳଇବା ପରେ ଏହାକୁ ଗଣିବା ଲାଗି ବେଦମ ହେଲେଣି ଅଧିକାରୀ ।

ଏଥି ମଧ୍ୟରେ ଆଜି ପଞ୍ଚମ ଦିନର ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଏକ ନାଲି ଫାଇଲ୍ । ଏଥିରେ ମଦ ଭାଟିରୁ ଚାନ୍ଦା ନେଉଥିବା ଏକାଧିକ ଲୋକଙ୍କ ନାଁ କହିଥିବା କୁହାଯାଉଛି । ଦୀର୍ଘ ବର୍ଷ ଧରି ଏହି ଫାଇଲ ପରିଚାଳନା କରୁଥିଲେ ମୁଖ୍ୟ ମ୍ୟାନେଜର ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁ I

It raid

ଅନେକ ବଡ଼ବଡ଼ିଆଙ୍କ ସମେତ ଗୁଣ୍ଡା ଶ୍ରେଣୀର ଲୋକ, ବିଭିନ୍ନ ପୂଜା ମଣ୍ଡପ, ମିଡିଲ ମ୍ୟାନ ଓ ଅନେକ ବ୍ୟକ୍ତିଙ୍କ ନାଁ ଏହି ଟିପା ଖାତାରେ ରହିଛି ବୋଲି ସୂଚନା ମିଳୁଛି । ଏହି ଲାଲ ଫାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ I ଫାଇଲରେ ବିଭିନ୍ନ ବ୍ୟକ୍ତିଙ୍କୁ ହଜାରେ ଟଙ୍କାରୁ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଦିଆଯାଉଥିବା ଉଲ୍ଲେଖ ରହିଛି I ରେଡ୍ ପରେ ଏହି ଫାଇଲ ନେଇ ତଦନ୍ତ ଆରମ୍ଭ କରିବ ଆୟକର ବିଭାଗ I ଲକ୍ଷାଧିକ ଟଙ୍କା ବଟି ନେଉଥିବା ଲୋକଙ୍କୁ ଡାକି ପଚରାଉଚରା କରିବ ଆୟକର ବିଭାଗ । ଟିପା ଖାତା ମିଳିବା ପରେ ଏବେ ଏହାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଆୟକର ବିଭାଗର ଚଢାଉ 5ମ ଦିନରେ ପହଞ୍ଚି ଥିବା ବେଳେ ଜବତ ଟଙ୍କା ଗଣତି ବି ଜାରି ରହିଛି । ରେଡ୍ ପରଠୁ ଏପର୍ଯ୍ୟନ୍ତ ମିଳିଲାଣି 164 କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ 105 ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଥିଲା । ଏଥିରୁ ପାଖାପାଖି 160 କୋଟି ଟଙ୍କା ମିଳିଥିବା ଜଣାପଡିଛି । ଆଜି ପୁଣି ଆଉ 71 ଟି ବ୍ୟାଗରେ ଥିବା ଟଙ୍କା ଗଣତି ଚାଲିଛି । ଟଙ୍କା ଗଣତିରେ ଲାଗିଛନ୍ତି 50 ଜଣ ବ୍ୟାଙ୍କ କର୍ମଚାରୀ ଓ 25 କାଉଣ୍ଟିଂ ମେସିନ୍ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+