ସରୁନି ମଦ ସାମ୍ରାଜ୍ୟର କଳାଟଙ୍କା, ପଞ୍ଚମ ଦିନର ଜାରି ରହିଛି ରେଡ୍
ମଦ ସାମ୍ରାଜ୍ୟରେ ଟଙ୍କାର ପାହାଡ଼ । ଯେତେ ଖୋଳିଲେ ସେତେ ବାହାରୁଛି । ଏତେ ପରିମାଣର ଟଙ୍କା ଯେ, ଗଣି ଗଣି ମେସିନ୍ ବି ଥକି ଗଲାଣି । ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟିରେ ଆଜି ବି ଜାରି ରହିଛି ଆୟକର ବିଭାଗ ରେଡ୍ । ଆୟକର ବିଭାଗର ରେଡ୍ ପଞ୍ଚମ ଦିନରେ ମଧ୍ୟ ଚାଲିଛି । ରେଡ୍ ପରଠୁ ଏପର୍ଯ୍ୟନ୍ତ ମିଳିଲାଣି 160 କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଟଙ୍କା ଗଣତି । 105 ଟି ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଛି । ଏଥିରୁ ପାଖାପାଖି 160 କୋଟି ଟଙ୍କା ମିଳିଥିବା ଜଣାପଡିଛି ।

ଆଜି ପୁଣି ଆଉ 71 ଟି ବ୍ୟାଗରେ ଥିବା ଟଙ୍କା ଗଣତି ଆରମ୍ଭ ହେବ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।
ଚଢ଼ାଉ ପରେ ଜବତ ଟଙ୍କାକୁ ଦେଖି ଆୟକର ଅଧିକାରୀ ବି ତାଜୁବ । ସେପଟେ ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବି ବଢିବାରେ ଲାଗିଛି ।
ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଧୀରଜ ସାହୁଙ୍କର 10 ଟି ଠିକଣାରେ ଚଢାଉ କରିଛି ଆୟକର ବିଭାଗର 40 ଜଣିଆ ଟିମ୍ । ଓଡ଼ିଶାର ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ରାୟଗଡ଼ାରେ ଚାଲିଛି ରେଡ୍ । ଝାଡ଼ଖଣ୍ଡର ରାଞ୍ଚି ଓ ଲୋହରଦଗା ଏବଂ ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ଚଢ଼ାଉ ହୋଇଛି । ବର୍ତ୍ତମାନ ସୁଦ୍ଧା ଜବତ ଟଙ୍କା ପରିମାଣ 300 କୋଟି ଡେଇଁଲାଣି । ଜବତ ମୋଟ୍ ଟଙ୍କା ଗଣା ସରିବା ପରେ ଏହି ପରିମାଣ 330 କୋଟି ପାର୍ ହେବ ବୋଲି ଜଣାଯାଇଛି ।
-
ଟି୨୦ ବିଶ୍ବକପ ଫାଇନାଲରେ ଭାରତ, ଜାକବ ବେଥେଲଙ୍କ ଲଢ଼ୁଆ ଶତକ ସତ୍ତ୍ବେ ହାରିଲା ଇଂଲଣ୍ଡ -
ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର












Click it and Unblock the Notifications