Get Updates
Get notified of breaking news, exclusive insights, and must-see stories!

ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘରେ ଆଇଟି ରେଡ୍

ସୁନ୍ଦରଗଡ଼: ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ରେଡ୍ । ବ୍ୟବସାୟୀ ଘର ଓ ଶିଳ୍ପାନୁଷ୍ଠାନ ସହିତ 10 ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି । ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେଲାଣି ଏହି ରେଡ୍ ଚାଲିଛି ।

ସୁନ୍ଦରଗଡ଼ ଗୋପାଲପୁରରେ ଥିବା ଘର ଓ ଫ୍ୟାକ୍ଟ୍ରି, ରାଉରକେଲା, ବରଗଡ଼ରେ ଥିବା ଅଫିସ ଏବଂ ଛତିଶଗଡ଼ର ରାୟଗଡ଼ରେ ଥିବା ଘର ଓ ରାୟପୁର ଓ ବିଳାସପୁରରେ ଥିବା ଘରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ 100 ରୁ ଅଧିକ ଆୟକର ଅଧିକାରୀ ସାମିଲ ହୋଇଛନ୍ତି ।

IT Raid

ଘନଶ୍ୟାମଙ୍କ ବଡ଼ ଭାଇଙ୍କର ରାଜଗାଙ୍ଗପୁରର ବରପାଲିଠାରେ ଥିବା ସ୍ପଞ୍ଜ କାରଖାନାରେ ଆଜି ମଧ୍ୟ ରେଡ୍ ଜାରି ରହିଛି । ଘନଶ୍ୟାମ ଡାଲମିଆ ବହୁବର୍ଷ ଧରି କୋଇଲା ବ୍ୟବସାୟ କରି ଆସୁଛନ୍ତି । ହେଲେ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ଆୟକର ବିଭାଗ ଘନଶ୍ୟାମଙ୍କ ଘର ଓ ଫ୍ୟାକ୍ଟ୍ରିରେ ଗତକାଲିଠୁ ଚଢ଼ଉ ଜାରି ରହିଛି । ଚଢ଼ାଉ ବେଳେ କ'ଣ ସବୁ ଜବତ ହୋଇଛି ସୂଚନା ମିଳିନାହିଁ ।

ବଣ୍ଟି ଡାଲମିଆ ସୁନ୍ଦରଗଡ଼ ଓ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ବିଶିଷ୍ଟ କୋଇଲା ବ୍ୟବସାୟୀ । ତାଙ୍କର ଛତିଶଗଡ଼, ଓଡ଼ିଶା, ମୁମ୍ୱାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ବହୁ ଶିଳ୍ପାନୁଷ୍ଠାନ, କାରଖାନା, କୋଇଲା ବ୍ୟବସାୟ ସହ ହୋଟେଲ ରହିଛି । ଗୁରୁବାର ସକାଳୁ କେନ୍ଦ୍ରୀୟ ସୁରକ୍ଷା ବଳ ସହ ରାଉରକେଲା, ସମ୍ବଲପୁର, ଭୁବନେଶ୍ବର, ଛତିଶଗଡ଼ ଓ ମହାରାଷ୍ଟ୍ରର 10 ଜଣିଆ ଟିମ୍ ବଣ୍ଟି ଡାଲମିଆଙ୍କ ଗୋପାଳପୁରରେ ଥିବା ତାଙ୍କ ଦୁଇ ମହଲା କୋଠା, କାର୍ଯ୍ୟାଳୟ, ବିଲେଇମୁଣ୍ଡାର ଘର, ସୋରୁମ, ସ୍ପଞ୍ଜ ଆଇରନ ଫାକ୍ଟ୍ରି, କାର୍ଯ୍ୟାଳୟ, ଏମସିଏଲ୍ କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାୟଗଡ଼ର ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫାକ୍ଟ୍ରି, ଘର, ରାୟପୁର ଘର , କାର୍ଯ୍ୟାଳୟ, ବିଳାସପୁର ହୋଟେଲ ସହ ତାଙ୍କ ବଡ଼ ଭାଇ ବାବୁଲୁ ଡାଲମିଆଙ୍କ ରାଉରକେଲା ସିଭିଲଟାଉନସିପସ୍ଥିତ ଘର, ବରପାଲି ସ୍ଥିତ ଫାକ୍ଟ୍ରିରେ ଚଢ଼ାଉ କରିଥିଲା । ଅନେକ କାର୍ଯ୍ୟାଳୟ, ଘରକୁ ସିଲ୍ କରିବା ସହ ମ୍ୟାନେଜର, କମର୍ଚାରୀମାନଙ୍କୁ ଅଟକ ରଖିଥିବା ଓ ମୋବାଇଲ୍ ଜବତ କରି ନେଇଥିବା ସୂଚନା ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+