ଶିଳ୍ପପତି ତଥା କଂଗ୍ରେସ ନେତା ଦିଗମ୍ବର ଦାସଙ୍କ ଘରେ IT ରେଡ୍

ଭୁବନେଶ୍ୱର : ଶିଳ୍ପପତି ତଥା କଂଗ୍ରେସ ଦିଗମ୍ବର ଦାସଙ୍କ ଘରେ ଆଇଟି ରେଡ୍ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳର ଛେଡ଼ାକସ୍ଥିତ ବାସଭବନ ସମେତ ଅନ୍ୟ 3ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି । ଆଜି ସକାଳୁ ତାଙ୍କ ବାଂଶଡା ପଞ୍ଚାୟତ ଛେଡାକ ଗାଁ ସ୍ଥିତ ବାସଗୃହ ସମେତ, ଧାମରା ବରଫ କଳ, ଧାମରା ଅଫିସ ଓ ଭଦ୍ରକରେ ଥିବା ଅଟାଳିକା ଆଦି 4ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ ।
ସେ ଧାମରା ଅଞ୍ଚଳରେ ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ଜଣାଶୁଣା । ସରକାରଙ୍କ ଟ୍ୟାକ୍ସ ଫାଙ୍କି ବ୍ୟବସାୟ କରୁଥିବା କଥା ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।












Click it and Unblock the Notifications