Israel - Hamas War: ଇସ୍ରାଏଲରେ ଫସି ରହିଛନ୍ତି 50 ଓଡ଼ିଆ ଛାତ୍ରଛାତ୍ରୀ
Odia Students Stuck in Israel: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣ ପରେ ପାଲଟା ଜବାବ ଦେଉଛି ଇସ୍ରାଏଲ୍ । ପାଲେଷ୍ଟାଇନ୍ ର ଆତଙ୍କବାଦୀ ସଙ୍ଗଠନ ଗାଜା ଷ୍ଟ୍ରିପ୍ ରୁ ଇସ୍ତାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଏହା ପରେ ଇସ୍ରାଏଲ୍ ମଧ୍ୟ ପାଲଟା ଆକ୍ରମଣ କରିଛି ।
ଇସ୍ରାଏଲ୍-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଆଜି 5 ଦିନରେ ପହଞ୍ଚିଛି । ଏବେ ବି ଉଭୟ ପକ୍ଷରୁ ରକେଟ୍ ମାଡ଼ ସହ ଆକ୍ରମଣ ଜାରି ରହିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 3 ହଜାର ଲୋକ ପ୍ରାଣ ହରାଇଲେଣି । ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରି ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରିବା ସହ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରିନେଇଛନ୍ତି । ଏହି ଭୟଙ୍କର ଆକ୍ରମଣର ବିଭିନ୍ନ ଭିଡିଓ ଏବେ ଭାଇରାଲ୍ ହେଉଛି ।

ଏହି ଯୁଦ୍ଧ ଭିତରେ ଇସ୍ରାଏଲରେ 50 ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଥିବା ଜଣାଯାଇଛି । ମିଡିଆ ରିପୋର୍ଟ ଅନୁୟାୟୀ, ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାୟ 50 ଛାତ୍ରଛାତ୍ରୀ ପଢୁଛନ୍ତି । ତେବେ ଯୁଦ୍ଧ ଯୋଗୁଁ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଥିବା କୁହାଯାଉଛି ।
ତେବେ ଯୁଦ୍ଧ ପରିସ୍ଥିତି ଯୋଗୁ ସେଠାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀ ଘରୁ ବାହାରକୁ ବାହାରୁନାହାଁନ୍ତି । ଯୁଦ୍ଧ ସାଇରନ ବାଜିବା ମାତ୍ରେ ତୁରନ୍ତ ଲୋକେ ବଙ୍କର ଭିତରକୁ ପଳାଉଛନ୍ତି । କେମିତି ତୁରନ୍ତ ବଙ୍କର ଭିତରକୁ ଯିବେ ସେନେଇ ଲୋକ ମାନଙ୍କୁ ସେନା ପକ୍ଷରୁ ତାଲିମ ଦିଆଯାଇଛି । ଖାଦ୍ୟପେୟ 72 ଘଣ୍ଟା ପାଇଁ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଇସ୍ରାଏଲର ସୀମା ଅଞ୍ଚଳରେ ସଂପ୍ରତି ଯୁଦ୍ଧ ଲାଗି ରହିଥିବାବେଳେ ଅନ୍ୟ ସବୁ ଅଞ୍ଚଳ ଶାନ୍ତ ରହିଛି । ତେବେ ଯୁଦ୍ଧ ଯୋଗୁଁ ଛାତ୍ରଛାତ୍ରୀ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଘରେ ହିଁ ରହୁଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ଭଳି ଦୁଃସ୍ଥିତି ଉପୁଜି ନାହିଁ । ଆବଶ୍ୟକ ପଡ଼ିଲେ ସମସ୍ତଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୂତାବାସର ନିର୍ଦ୍ଦେଶକ୍ରମେ ଆମେ ସମସ୍ତ ଅତ୍ୟାବଶ୍ୟକ କାଗଜପତ୍ର ସହ ଗୋଟିଏ ବ୍ୟାଗ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଜରୁରୀ ପରିସ୍ଥିତିରେ ଉକ୍ତ ବ୍ୟାଗ ନେଇ ବାହାରିବାକୁ ର୍ଦ୍ଦେଶ ଦିଆଯାଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications