ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ପୋଲିସ୍ ଡିଜିପି ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଶା ପୋଲିସର ମୁଖିଆ ହେଲେ ଅରୁଣ ଷଡ଼ଙ୍ଗୀ । ତାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ନିୟମିତ ଡିଜିପି ନିଯୁକ୍ତି ଦାୟିତ୍ୱ ପର୍ଯ୍ୟନ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

1990 ବ୍ୟାଚ୍ର IPS ଅଫିସର ହେଉଛନ୍ତି ଅରୁଣ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । BPSPAର ନିର୍ଦ୍ଦେଶକ ସହ ଡିଜିପି ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ ।
ଡିସେମ୍ବର 31 ରେ ଅବସର ନେବେ ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । ଏହାପରେ ରାଜ୍ୟକୁ ନୂଆ ଡିଜିପି ଦାୟିତ୍ୱ ମିଳିବ । କିନ୍ତୁ ବର୍ତ୍ତମାନ ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଓଡ଼ିଶା ସରକାର ଡିଜିପି ପଦ ପାଇଁ 5 ଜଣ ବରିଷ୍ଠ ଆଇପିଏସଙ୍କ ନାଁ UPSCକୁ ସୁପାରିସ କରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ 5 ଆଇପିଏସ୍ ହେଲେ ବି. ରାଧିକା, ୱାଇ.ବି. ଖୁରାନିଆ, ଏ.ଏମ୍. ପ୍ରସାଦ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀ ।












Click it and Unblock the Notifications