ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ତପସ୍ଥଳୀକୁ ଭୋଗସ୍ଥଳୀ କରାନଯାଉ...
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କୁ ଛତିଶଗଡ଼ ରାୟପୁରରେ ନିମନ୍ତ୍ରଣ କରିଛନ୍ତି ଗଜପତି ମହାରାଜ । ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି ପୁରୀ ଗଜପତି ।

ଏହି ସମୟରେ ପୁଣି ନିଜର ଅସନ୍ତୋଷ ବଖାଣିଛନ୍ତି ଶଙ୍କରାଚାର୍ଯ୍ୟ । ତୀର୍ଥସ୍ଥଳୀ ଓ ତପସ୍ଥଳୀକୁ ଭୋଗସ୍ଥଳୀ, ପର୍ଯ୍ୟଟନସ୍ଥଳୀ କରାନଯାଉ । ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ । ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କଲେ ତୀର୍ଥସ୍ଥଳୀର ମହତ୍ତ୍ୱ ରହିବନି କହି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବକୁ ନେଇ ହୋଇଥିବା ପ୍ରଶ୍ନରେ ସେ ଏପରି କରିଛନ୍ତି ।
ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ କରାଯାଇଛି । ମୁଁ ନିମନ୍ତ୍ରଣ ପାଇଛି । କିନ୍ତୁ ଲୋକାର୍ପଣ ଉତ୍ସବରେ ଯୋଗଦେବି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ଥିର କରିନାହିଁ । ଠିକ୍ ସମୟରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଆଗରୁ ରୂପରେଖ ସଂପର୍କରେ ମୁଁ କିଛି ଜାଣିନଥିଲି । ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୋତେ ଭେଟି ଜଣାଇବା ପରେ ଜାଣିଲି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।












Click it and Unblock the Notifications