Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁରରେ ଆଉ 48 ଘଣ୍ଟା ପାଇଁ ଇଣ୍ଟରନଟ୍ ବନ୍ଦ

ସମ୍ବଲପୁର: ଜିଲ୍ଲାରେ ଆଉ 48 ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି । ଫଳରେ 22 ତାରିଖ ସକାଳ 10 ଟା ପର୍ଯ୍ୟନ୍ତ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । କିନ୍ତୁ ସାରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ ଓ ଲିଜ୍ ଲାଇନ ସେବା ସକାଳ 10 ଟାରୁ ସନ୍ଧ୍ୟା 5 ଟା ଯାଏଁ ଚାଲିବ । ସୋଶାଲ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି । ଏହାକୁ ମିଶାଇ ଲଗାତାର 8ଦିନ ଧରି ବନ୍ଦ ରହିବ ଇଣ୍ଟରନେଟ୍‌ ସେବା ।

sambalpur violence

ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମ୍ବଲପୁର ଜିଲ୍ଲାରେ 48 ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ପଦକ୍ଷେପ ନିଆଯାଇଥିଲା । ଏହାଛଡ଼ା ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆଦିର ପୋଷ୍ଟ ଉପରେ ବି କଟକଣା ଜାରି କରାଯାଇଥିଲା ।

ଅପରପକ୍ଷରେ, ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହର । ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି । ଗତକାଲି ପ୍ରଥମ ଥର ପାଇଁ ସକାଳ 7 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 11 ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା । ଆସନ୍ତା ଦିନେ ଦୁଇ ଦିନ ଭିତରେ ଆହୁରି ଅଧିକ ସମୟ କର୍ଫ୍ୟୁ କୋହଳ କରାଯିବ ବୋଲି ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+