ପୂଜା ମଣ୍ଡପ ବୁଲି ଗଲା ବେଳେ ଘର ଜଗିବ ପୋଲିସ୍ !

ଭୁବନେଶ୍ୱର: ପୂଜା ସମୟରେ ଆପଣ ମଣ୍ଡପ ବୁଲିବାକୁ ଗଲେ ଘର ଜଗିବ ପୋଲିସ୍ । ପାର୍ବଣ ଋତୁରେ ଚୋରି, ଲୁଟ୍ କୁ ରୋକିବା ପାଇଁ ତତ୍ପର ହୋଇ ଉଠିଛି ପୋଲିସ୍ । ଆପଣ ପୂଜା ମଣ୍ଡପ ବୁଲିବାକୁ ଯିବା ସମୟରେ ଆପଣଙ୍କ ଅଞ୍ଚଳ ଉପରେ ନଜର ରଖିବ ପୋଲିସ୍ । ଏ ନେଇ ସୂଚନା ଦେଇଛି ପୋଲିସ୍ ।

puja - police

ପାର୍ବଣ ଋତୁରେ ରାଜଧାନୀରେ ଲୁଟ୍ ଓ ଚୋରୀ କୁ ଆଖି ଆଗରେ ରଖି ପୋଲିସ କହିଛି, ଯଦି କୌଣସି ବ୍ୟକ୍ତି ବିଶେଷ ଘରଛାଡ଼ି ପୂଜା ବୁଲିବାକୁ ଯାଉଛନ୍ତି ତାହେଲେ ତାଙ୍କ ପଡ଼ୋଶୀଙ୍କୁ ଜଣାନ୍ତୁ । ଅଥବା ଯେଉଁ ଅଞ୍ଚଳରେ ସେ ରହୁଛନ୍ତି ନିକଟସ୍ଥ ପୋଲିସ ଷ୍ଟେସନକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ କହିଛି ଯେଉଁ ଅଞ୍ଚଳରକୁ ଆପଣ ଛାଡ଼ିକି ଯାଉଛନ୍ତି ତାହାର ସବିଶେଷ ତଥ୍ୟ ପୋଲିସକୁ ଦେଲେ ପୋଲିସ ସେହି ଅଞ୍ଚଳରେ ପାଟ୍ରୋଲିଂ କରିବ ।

ସୂଚନାଥାଉକି, ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ପ୍ରତିଦିନ ଚୋରି, ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ନିକଟରେ ଏକ ଆପାର୍ଟମେଣ୍ଟରେ ବଶି କଳାକନା ବୁଲାଇଥିଲେ ଚୋର । ପୂଜା ସମୟରେ ଲୋକ ବାହାରକୁ ବୁଲିବାକୁ ଯିବା ସମୟରେ ଏହାର ସୁଯୋଗ ନେଇ ଚୋର ମାନେ ଲୁଟ୍ କରିବାର ଆଶଙ୍କା ରହିଛି ।

ଏହାକୁ ଆଖି ଆଗରେ ରଖି ପୋଲିସ କହିଛି, ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀରେ ଲୋକଙ୍କ ଘର ଉପରେ ପୋଲିସ ନଜର ରଖିବ । ଭୁବନେଶ୍ୱର ଜୋନ୍ 2 ଏସିପି ଗିରିଜା ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି । ପୂଜା ବୁଲିବାକୁ ଯାଉଥିଲେ ଘରକୁ ଭଲ ଭାବରେ ତାଲା ପକାଇବା ସହ ପାଖ ପଡୋଶୀଙ୍କୁ ମଧ୍ୟ ଟିକିଏ କହିଦେଇ ଯିବାକୁ ପରାମର୍ଶ ଦେଇଛନ୍ତି । ଲୋକାଲ୍ ଥାନା ପୋଲିସକୁ ମଧ୍ୟ ଟିକିଏ ଜଣାଇ ଦିଅନ୍ତୁ । ଏହାଦ୍ୱାରା ସେହି ଅଞ୍ଚଳରେ ପୋଲିସ୍ ଅଧିକ ପିସିଆର ବୁଲାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+