ଝାରସୁଗୁଡା ରୁ ବେଙ୍ଗାଲୁରୁ ଉଡ଼ିଲା ବିମାନ
ଝାରସୁଗୁଡା: ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ବିମାନ । ଆଜିଠାରୁ ଆରମ୍ଭ ହୋଇଛି ସିଧାସଳଖ ବିମାନ ଚଳାଚଳ । ଇଣ୍ଡିଗୋ ବିମାନ ଝାରସୁଗୁହା ବିମାନବନ୍ଦରରୁ ବେଙ୍ଗାଲୁର ଅଭିମୁଖେ ସିଧାସଳଖ ଯାତ୍ରା କରିଛି ।

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ମାତ୍ର 2ଘଣ୍ଟା 5 ମିନିଟରେ ଅତିକ୍ରମ କରିବ ବିମାନ । ତଥ୍ୟ ଅନୁସାରେ, ଇଣ୍ଡିଗୋ ବିମାନ ବୁଧବାର ଭୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି 12.50 ରେ ଉଡାଣ ଆରମ୍ଭ କରି ଅପରାହ୍ନ 2.55 ରେ ବେଙ୍ଗାଲୁରରେ ପହଞ୍ଚିଛି । ସେହିପରି ବେଙ୍ଗାଲୁରରୁ ସିଧାସଳଖ ବିମାନ 10.15 ରୁ ବାହାରି ଝାରସୁଗୁଡାରେ 12.20 ରେ ପହଞ୍ଚିବ ।
ଉଲ୍ଲେଖଯୋଗ୍ୟ, ଗତ 5 ତାରିଖରେ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ କୋଲକାତା ବିମାନ ଉଡାଣ ଆରମ୍ଭ କରିଥିଲା । ଏ ନେଇ ଇଣ୍ଡଗୋ ପକ୍ଷରୁ କୁହାଯାଇଛି, ପରେ ଏହି ବିମାନ ଚଳାଚଳ ଇଣ୍ଡରଷ୍ଟେଟ ସହ ଯୋଗାଯୋଗ କରିବ । ଝାରସୁଗୁଡା ଏକ ଶିଳ୍ପ ଏବଂ ବ୍ୟାବସାୟିକ ସହର ହୋଇଥିବାରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ।
ସୂଚନାଥାଉ ଯେ, ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ୍ ଦିଲ୍ଲୀ, ହାଇଦ୍ରାବାଦ, କୋଲକତାକୁ ବିମାନ ସେବା ଯୋଗାଇ ଦେଉଥିବା ବେଳେ ଏଲାଏନ୍ସ ଏୟାର ଭୁବନେଶ୍ୱରକୁ ବିମାନ ସେବା ପ୍ରଦାନ କରୁଛି ।












Click it and Unblock the Notifications