Get Updates
Get notified of breaking news, exclusive insights, and must-see stories!

ସ୍ୱାଭାବିକ ହେଲା ଟ୍ରେନ୍ ଲାଇନ୍, ବାହାନଗା ଦେଇ ଗଡ଼ିଲା ଟ୍ରେନ୍

train

ବାଲେଶ୍ୱର : ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାର 51 ଘଣ୍ଟା ପରେ ଟ୍ରେନ୍ ଲାଇନ୍ ସ୍ୱାଭାବିକ ହୋଇଛି । ଏହା ପରେ ବାହାନଗା ଦେଇ ଆରମ୍ଭ ହୋଇଛି ରେଳ ଚଳାଚଳ । 51 ଘଣ୍ଟା ଧରି ମରାମତି ପରେ ଶେଷରେ ବାହାନଗାରେ ରେଳ ଲାଇନ୍ ଠିକ୍ ହୋଇଥିଲା । ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମେ ଟ୍ରାକରେ ମାଲବାହୀ ଗାଡ଼ି ଚଳାଚଳ କରିଥିଲା । ଏହା ପରେ ଗଡ଼ିଛି ପାସେଞ୍ଜର ଟ୍ରେନ୍ ।

ହାୱଡାରୁ ପୁରୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍‌ ସୋମବାର ସକାଳେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ପଣପଣା ଷ୍ଟେସନ୍‌ ଦେଇ ଚଳାଚଳ କରିଛି । ଷ୍ଟେସନ୍‌ ନିକଟରେ ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଧୀର ଗତିରେ ଯାଇଥିଲା ।

ଏହା ବାଦ୍ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି। ଏବେ ଅଧଘଣ୍ଟା ପୂର୍ବରୁ ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଇଥିଲା । ଦୁର୍ଘଟଣା ଘଟିଥିବା ଟ୍ରାକ୍ ଦେଇ ଟ୍ରେନ୍‌ଗୁଡ଼ିକ ଯିବା ବେଳେ ଧୀରେ ଧୀରେ ଗତିରେ ଯାଇଥିଲେ ।

ଦୁଇଟି ଟ୍ରେନ୍ ବାତିଲ ମଧ୍ୟ ହୋଇଛି । ବାତିଲ୍ ହୋଇଥିବା ଟ୍ରେନ୍ ହେଲା ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍ । ବାହାନଗା ରେଳ ଦୁର୍ଘଟଣା ପରେ ସେଠାରେ ମରାମତି କାମ ଚାଲୁଥିବାରୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ରହିଛି ।

ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ଖୁଣ୍ଟି ଓ ରେଳଧାରଣା ମରାମତି କାମ କରାଯାଇଥିଲା । ଏହି କାର୍ଯ୍ୟରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ଦୁର୍ଘଟଣା ପରେ ପ୍ରଥମ ଚ୍ୟାଲେଞ୍ଜ ଭାବେ କ୍ଷତିଗ୍ରସ୍ତ ଧାରଣାକୁ ହଟାଯାଇଥିଲା । ଏଥିସହ 21 କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଥିଲା । 30 ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଥିବା ବେଳେ ତାର ଛିଣ୍ଡି ଯାଇଥିଲା । ନୂଆ ବିଦ୍ୟୁତ ଖୁଣ୍ଟି ସହ ରେଳ ଲାଇନ ମରାମତି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+