Get Updates
Get notified of breaking news, exclusive insights, and must-see stories!

ସିଗନାଲ ନ ମିଳିବାରୁ ଜୟପୁର ଉପରେ 6 ରାଉଣ୍ଡ ମାରି ଭୁବନେଶ୍ୱର ଫେରିଗଲା ବିମାନ

ଜୟପୁର: ଭୁବନେଶ୍ୱରରୁ ଜୟପୁରକୁ ଏକ ଘଣ୍ଟାରେ ପହଞ୍ଚିବାକୁ ଆରମ୍ଭ ହୋଇଥିଲା ବିମାନ ସେବା । ହେଲେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି ବ୍ୟତିକ୍ରମ । କେତେବେଳେ ଯନ୍ତ୍ରାଂଶ ମରାମତି ତ କେତେବେଳେ ସିଗନାଲ ନ ମିଳିବାରୁ ବ୍ୟାହତ ହେଉଛି ବିମାନ ସେବା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଟିକେଟ୍ କାଟି ଖର୍ଚ୍ଚାନ୍ତ ହେବା ପରେ ଏକ ଘଣ୍ଟାର ଯାତ୍ରାକୁ ଲାଗୁଛି ଦୁଇ ଦିନ ।

jeypore airport

ଏମିତି ଏକ ବ୍ୟତିକ୍ରମ ମଧ୍ୟ ଆଜି ଦେଖିବାକୁ ମିଳିଛି । ଧାର୍ଯ୍ୟ ସମୟରେ ଭୁବନେଶ୍ୱରରୁ ଉଡ଼ାଣ ଭରିଥିଲା ବିମାନ । କିନ୍ତୁ ବିମାନଟି ଜୟପୁର ବିମାନବନ୍ଦରର ଆକାଶ ଉପ‌ରକୁ ଆସିବା ପରେ ଓହ୍ଲାଇବା ପାଇଁ ବିମାନବନ୍ଦରରୁ ଅବତରଣ ପାଇଁ ମିଳି ନଥିଲା ଅନୁମତି । ବହୁ ସମୟ ଧରି ବିମାନଟି ସହର ଉପରେ 6 ରାଉଣ୍ଡ ଚକ୍କର କାଟିଥିଲା । ଶେଷରେ ଇନ୍ଧନକୁ ଦୃଷ୍ଟିରେ ରଖି ପାଇଲଟ୍ ଆଉ ଅଧିକା ସମୟ ନ ବୁଲାଇ ପୁଣି ବିମାନକୁ ଭୁବନେଶ୍ୱରକୁ ଫେରାଇ ନେଇଥିଲେ । ତଳେ ଜୟପୁରରୁ ବିଶା‌ଖାପାଟଣା, ବିଶାଖାପାଟଣାରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀ ମାନେ ଟିକେଟ୍ କାଟି ବିମାନକୁ ଅପେକ୍ଷା କରି ରହିଥିଲେ । କିଛି ଯାତ୍ରୀ ବିମାନବନ୍ଦରରେ ପାଟିତୁଣ୍ଡ କରିଥିଲେ ହେଁ ସୁରକ୍ଷାକର୍ମୀ ଆଦି ବୁଝାସୁଝା କରି ପଠାଇ ଦେଇଥିଲେ ।

ଆପଣଙ୍କୁ କହି ରଖୁଛୁ, ଏହା କେବଳ ଆଜିର ଘଟଣା ନୁହଁ, ଗତ 15 ଦିନ ମଧ୍ୟରେ ଏଭଳି 5 ଥର ହେଲାଣି । ସପ୍ତାହରେ 7 ଦିନ ଚଳାଇବାକୁ ଘୋଷଣା କରିଥିବା ଇଣ୍ଡିଆ ୱାନ୍‌ ଏୟାର ନିଜ କଥା ରଖିପାରୁନି । ବର୍ତ୍ତମାନ ସପ୍ତାହକ 3-4 ଦିନ ଚାଳୁଥିବା କହିଛନ୍ତି କିଛି ଟ୍ରାଭେଲସ୍ ଏଜେନସୀ ଓ ଇଣ୍ଟରନେଟ୍ କାଫେ ମାଲିକ । ଇଣ୍ଡିଆ ୱାନ୍ ଏୟାର ଆଣିଥିବା ଆଉ 2 ଟି ବିମାନ ସହ ଏହି ବିମାନ 3 ଟି କୁ ନେଇ ଜାମସେଦପୁର, କୋଲକାତା ସହ ଜୟପୁର- ଭୁବନେଶ୍ୱର, ଜୟପୁର-ବିଶାଖାପାଟଣାକୁ ଚଳାଉଛି । ଯନ୍ତ୍ରାଂଶ ମରାମତି ନାଁରେ ଅଧିକାଂଶ ସମୟ ଜୟପୁର- ଭୁବନେଶ୍ୱର, ଜୟପୁର -ବିଶାଖାପାଟଣା ରୁଟର ବିମାନକୁ ବାତିଲ କରୁଛି । ଫଳରେ ଯାତ୍ରୀ ହନ୍ତସନ୍ତ ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+