Ind Vs Eng: ପଞ୍ଚମ ଟେଷ୍ଟରେ କମ୍ ବ୍ୟାକ୍ କଲେ ବୁମ୍ରା, ବାଦ୍ ପଡ଼ିଲେ ରାହୁଲ୍
Ind Vs Eng: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଏହି ଟିମ୍ ରୁ କେଏଲ ରାହୁଲ ଦଳରୁ ବାଦ୍ ପଡିଛନ୍ତି । ସେହିଭଳି ରାଞ୍ଚି ଟେଷ୍ଟରୁ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରା ଟିମକୁ କମବ୍ୟାକ୍ କରିଛନ୍ତି ।

ସେହିଭଳି ୱାସିଂଟନ ସୁନ୍ଦରଙ୍କୁ ମଧ୍ୟ ଦଳରୁ ରିଲିଜ କରାଯାଇଛି । ୱାସିଂଟନ ସୁନ୍ଦର ତାମିଲନାଡୁ ପାଇଁ ରଣଜୀ ଟ୍ରଫିର ସେମିଫାଇନାଲ ମୁକାବିଲା ଖେଳିବେ । ଯଦି ଆବଶ୍ୟକ ପଡେ ତେବେ ୱାସିଂଟନ ସୁନ୍ଦରଙ୍କୁ ପୁଣିଥରେ ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଦଳରେ ସାମିଲ କରାଯିବ । ତେବେ ଶେଷ ଟେଷ୍ଟ ମ୍ୟାଚ୍ ପାଇଁ କୌଣସି ନୂଆ ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇନାହିଁ ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, କେଏଲ ରାହୁଲ ଧର୍ମଶାଳା ଟେଷ୍ଟ ଖେଳିବେ କି ନାହିଁ ତାହା ତାଙ୍କର ଫିଟନେସ ଉପରେ ନିର୍ଭର କରୁଥିଲା । କିନ୍ତୁ ଆହତ ସମସ୍ୟାରୁ ମୁକୁଳି ନଥିବାରୁ ଧର୍ମଶାଳା ଟେଷ୍ଟରୁ ବାଦ୍ ଦିଆଯାଇଛି । ବିସିସିଆଇର ମେଡିକାଲ ଟିମ୍ ରାହୁଲଙ୍କ ଉପରେ ନଜର ରଖିଛି ଏବଂ ଉତ୍ତମ ଚିକିତ୍ସା ପାଇଁ ଲଣ୍ଡନର ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରୁଛି ।
ସେହିଭଳି ଆହତ ହୋଇ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡିଥିବା ମହମ୍ମଦ ସାମିଙ୍କର ଏହା ଭିତରେ ଲଣ୍ଡନରେ ସର୍ଜରୀ ହୋଇଛି । ସାମି ପୁଣିଥରେ ମୈଦାନକୁ ଫେରିବାକୁ 3-4 ମାସ ସମୟ ଲାଗିପାରେ ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମରା (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁଭ ଜୁରେଲ (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ଦେବଦତ୍ତ ପାଦିକଲ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ୍ ସିରାଜ, ମୁକେଶ କୁମାର, ଆକାଶ ଦୀପ












Click it and Unblock the Notifications