କଟକରୁ ଲୋକସଭା ପାଇଁ ଲଢିବେ ଅଶ୍ୱିନୀ ବୈଷ୍ଣବ ! ଏମିତି ରଖିଲେ ପ୍ରତିକ୍ରିୟା...
କଟକ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କେଉଁ ଦଳ କାହାକୁ କେଉଁଠୁ ଟିକେଟ୍ ଦେବ ସେ ନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା । ଏଥର ବିଜେପି ଓଡ଼ିଶାରେ ଖାସ୍ ନଜର ରଖୁଥିବା ବେଳେ ଲୋକସଭା ଆସନ ହାସଲ ସଂଖ୍ୟା ବୃଦ୍ଧି ନେଇ ଅଙ୍କ କଷୁଥିବା ଜଣାଯାଇଛି । ଏଥି ମଧ୍ୟରେ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

କଟକରୁ ଲଢିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । "ମୁଁ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଦଳ ଯେଉଁଠି ଯାହା କାମ ଦିଏ, ତାହା ମୁଁ ସେଠି କରେ ।" ନିକଟରେ ଦଳ ତାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦେଇଥିଲା, ତାକୁ ସେ ନିଷ୍ଠାର ସହ ତୁଲାଇଥିଲେ ବୋଲି କହିଛନ୍ତି ।
ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜି ଆଠଗଡର ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ରେଳମନ୍ତ୍ରୀଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ତାଙ୍କ ସହ ଉପସ୍ଥିତ ଥିଲେ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ମନ୍ଦିର ଉନ୍ନତି ଦିଗରେ ପୂଜକ ସମିତି ସହ ଆଲୋଚନା କରିଥିଲେ। ସକାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଆଠଗଡ, ବଡମ୍ବା ଓ ନରସିଂହପୁରରେ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ ।












Click it and Unblock the Notifications