Get Updates
Get notified of breaking news, exclusive insights, and must-see stories!

ତ୍ରୁଟିଶୂନ୍ୟ ହେବ ଭୋଟର ତାଲିକା, ଘର ଘର ବୁଲି ଆରମ୍ଭ ହେଲା ସର୍ଭେ

ଭୁବନେଶ୍ୱର : ଭୋଟରକ ତାଲିକା ହଗେବ ତ୍ରୁଟି ଶୂନ୍ୟ । ଘର ଘର ବୁଲି ସର୍ଭେ କରାଯାଇ ସଂଗ୍ରହ କରାଯିବ ପ୍ରତ୍ୟେକ ଭୋଟରଙ୍କ ତଥ୍ୟ । ଏ ନେଇ ଆରମ୍ଭ ହୋଇଛି ସର୍ଭେ କାର୍ଯ୍ୟକ୍ରମ । ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ ଏହି ସର୍ଭେ । ମୋଟ 37 ହଜାର 607 ଜଣ ବୁଥସ୍ତରୀୟ ଅଧିକାରୀ 30 ଜିଲ୍ଲାର 147 ନିର୍ବାଚନ ମଣ୍ଡଳୀର ସମସ୍ତ ଘର ବୁଲି ସର୍ଭେ କରିବେ ।

voter list survey

ଯେଉଁମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି ସେମାନଙ୍କ ନାମକୁ ତାଲିକାଭୁକ୍ତ କରାଯିବ । 2023 ଅକ୍ଟୋବର 1 ତାରିଖ ସୁଦ୍ଧା 18 ବର୍ଷ ହେଉଥିବା ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ସାମିଲ କରାଯିବ । ଏହା ବାଦ୍ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଭୋଟର ଏବଂ ମୃତ ବ୍ୟକ୍ତିଙ୍କ ନାଁ ତାଲିକାରୁ ବାଦ୍ ଦିଆଯିବ ।

ଭୋଟର ତାଲିକା ଅକ୍ଟୋବର 17 ରେ ପ୍ରକାଶ ପାଇବ । ଏହା ଉପରେ ଆପତ୍ତି ଅଭିଯୋଗ ଅକ୍ଟୋବର 17 ରୁ ନଭେମ୍ବର 30 ମଧ୍ୟରେ ଶୁଣାଣି କରାଯିବ । ଡିସେମ୍ବର 26 ତାରିଖ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରାଯିବ । ଏହା ପରେ 2024 ଜାନୁୟାରୀ 5ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+