ପୁରୀ ବିମାନ ବନ୍ଦର ପ୍ରସ୍ତାବକୁ ହୋଟେଲ ଆସୋସିଏସନର ସମର୍ଥନ
ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ ପାଇଁ କେନ୍ଦ୍ରକୁ ଓଡ଼ିଶା ସରକାର ଦୋଇଥିବା ପ୍ରସ୍ତାବକୁ ଓଡ଼ିଶାର ହୋଟେଲ ଏବଂ ରେସ୍ତୋରାଁ ଆସୋସିଏସନ (HRAO) ସମର୍ଥନ କରିଛି ।
ଭୁବନେଶ୍ୱର: ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ ପାଇଁ କେନ୍ଦ୍ରକୁ ଓଡ଼ିଶା ସରକାର ଦେଇଥିବା ପ୍ରସ୍ତାବକୁ ଓଡ଼ିଶାର ହୋଟେଲ ଏବଂ ରେସ୍ତୋରାଁ ଆସୋସିଏସନ (HRAO) ସମର୍ଥନ କରିଛି । ଭୁବନେଶ୍ୱରରେ ଅବସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆହୁରି ବିସ୍ତାର କରାଯାଇପାରିବ ନାହିଁ କିନ୍ତୁ, ପୁରୀରେ ନୂତନ ବିମାନବନ୍ଦର ସ୍ଥାପନ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ରାଜ୍ୟର ପ୍ରବେଶ ଦ୍ୱାର ହେବ ବୋଲି ସେମାନେ ଆଶା ରଖିଛନ୍ତି ।
ପ୍ରସ୍ତାବିତ ବିମାନବନ୍ଦର ବିଭିନ୍ନ ଦେଶରେ ବସବାସ କରୁଥିବା ବହୁ ସଂଖ୍ୟକ ହିନ୍ଦୁଙ୍କୁ ପ୍ରଭୁ ଜଗନ୍ନାଥଙ୍କ ନିକଟକୁ ଆକର୍ଷିତ କରିବା ସହ ପୁରୀର 'ବ୍ଲୁ ଫ୍ଲାଗ ବିଚ୍' କୁ ବହୁ ସଂଖ୍ୟକ ଭାରତୀୟ ସିଧାସଳଖ ବିମାନ ସୁବିଧା ପାଇପାରିବେ ।

ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପ କେବଳ ତୀର୍ଥଯାତ୍ରୀଙ୍କ ପାଇଁ ନୁହେଁ ପର୍ଯ୍ୟଟକଙ୍କ ପାଇଁ ପୁରୀକୁ ଏକ ପୂର୍ବ ଭାରତର ଆନ୍ତର୍ଜାତୀୟ ହବ୍ କରିବା ସହିତ ସମୂଦ୍ରକୂ ସହରର ବିକାଶ ପାଇଁ ଏକ ମାଷ୍ଟର ଷ୍ଟ୍ରୋକ୍ ହେବ ବୋଲି HRAO ଚେୟାରମ୍ୟାନ୍ ଜେକେ ମହାନ୍ତି କହିଛନ୍ତି । ଏଥିସହିତ "ପୃଥିବୀର ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ପୁରୀ ରଥ ଯାତ୍ରା ଏକ ବିଶ୍ୱ ପ୍ରସିଦ୍ଧ ବାର୍ଷିକ କାର୍ଯ୍ୟକ୍ରମ । ଏହି ବିମାନବନ୍ଦର ଦେଶର ବିଭିନ୍ନ ପ୍ରାନ୍ତରୁ ଅଧିକ ଲୋକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିବ ଏବଂ ପୁରୀକୁ ଆଧ୍ୟାତ୍ମିକ ପର୍ଯ୍ୟଟନ ପାଇଁ ଏକ ହବ୍ ଭାବରେ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।
କେରଳର ଜଳରାଶି , ମରୁଭୂମି ପାଇଁ ରାଜସ୍ଥାନ, ବନ୍ୟଜନ୍ତୁ ପାଇଁ ମଧ୍ୟପ୍ରଦେଶ, ବିଭିନ୍ନ ପ୍ରାଚୀନ ଚମତ୍କାର ଐତିହାସିକ ସ୍ଥାପତ୍ୟ ପାଇଁ ଉତ୍ତରପ୍ରଦେଶ, ମନ୍ଦିର ପାଇଁ ଦକ୍ଷିଣ ଭାରତ ଏବଂ ସମୁଦ୍ର କୂଳ ପାଇଁ ଗୋଆ ଭଳି ରାଜ୍ୟରେ ପର୍ଯ୍ୟଟକମାନେ ଭିଡ଼ ଜମାଇଥାନ୍ତି । କିନ୍ତୁ କଳା, ହସ୍ତଶିଳ୍ପ, ସଂସ୍କୃତି, ପ୍ରାକୃତିକ ସମ୍ପଦ, ବେଳାଭୂମି, ହ୍ରଦ, ପର୍ବତ, ଜନଜାତି, ମନ୍ଦିର ସ୍ଥାପତ୍ୟ,ଐତିହ୍ୟ, ହସ୍ତତନ୍ତ ଏବଂ ବିଶ୍ୱ ସ୍ତରୀୟ କପଡା ପ୍ରସ୍ତୁତି ଦୃଷ୍ଟିରୁ ପର୍ଯ୍ୟଟନ ସମ୍ଭାବନା ଥାଇ ମଧ୍ୟ ଓଡିଶା ପଛରେ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
କୋଭିଡ -19 ପରେ ପର୍ଯ୍ୟଟନ କ୍ଷେତ୍ରର ପୁନର୍ଜୀବନ ପାଇଁ ନୂଆ ବର୍ଷ ନୂଆ ଆଶା ଆଣିବା ସହିତ HRAO ଅନ୍ୟ ରାଜ୍ୟର ହୋଟେଲ ଭିତ୍ତିଭୂମି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅତିରିକ୍ତ 5000 ହୋଟେଲ ରୁମ ବିକାଶ କରିବାକୁ ପରାମର୍ଶ ଦେଇଛି । ଏଥିସହିତ ବୌଦ୍ଧ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱର ସମେତ ବୋଧଗୟା, ବାରଣାସୀ ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ପାଇଁ ଦାବି କରିଛି ।
ପୂର୍ବ ଭାରତରେ ଓଡିଶାକୁ ଏକ ପ୍ରମୁଖ MICE ଗନ୍ତବ୍ୟସ୍ଥଳ କରିବା ପାଇଁ ହୋଟେଲ ହୋଟେଲମାନେ ସହରରେ ଏକ ମେଗା ସମ୍ମିଳନୀ ସ୍ଥାନ ମଧ୍ୟ ଦାବି କରିଛନ୍ତି । ପୁରୀକୁ ବିଶ୍ୱ ସ୍ତରୀୟ ଗନ୍ତବ୍ୟସ୍ଥଳ ଭାବରେ ବିକଶିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବାବେଳେ ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବରେ ଉଭା ହୋଇଛି ।
"ଚିଲିକା ହ୍ରଦ, ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ, ତେଣୁ ଏହାକୁ MICE, ଓ୍ୱାଟର ସ୍ପୋର୍ଟ୍ସ ଏବଂ କ୍ରୁଜ୍ ପାଇଁ ମଧ୍ୟ ପ୍ରୋତ୍ସାହିତ ହୋଇପାରିବ ବୋଲି ଶ୍ରୀ ମହାନ୍ତି ପ୍ରସ୍ତାବ ଦେଇଛନ୍ତି ।












Click it and Unblock the Notifications