ଆଜି ଠାରୁ ଆରମ୍ଭ ପବିତ୍ର ଚୈତ୍ର ମଙ୍ଗଳବାର

ଆଜି ଠାରୁ ଆରମ୍ଭ ପବିତ୍ର ଚୈତ୍ର ମଙ୍ଗଳବାର । ମାସର 4ଟି ମଙ୍ଗଳବାରରେ ହେବ ଦେବୀଙ୍କ ସ୍ୱତନ୍ତ୍ର ପୂଜା । ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି ରତ୍ନଗିରି ପାହାଡ଼ । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି ।

Chaitra Festival

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ପବିତ୍ର ଚୈତ୍ର ମଙ୍ଗଳବାର । ମାସର 4ଟି ମଙ୍ଗଳବାରରେ ହେବ ଦେବୀଙ୍କ ସ୍ୱତନ୍ତ୍ର ପୂଜା । ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି ରତ୍ନଗିରି ପାହାଡ଼ । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି । ସକାଳୁ ସକାଳୁ ମା'ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି ।

ଚୈତ୍ର ଯାତ୍ରା ସମୟରେ ମା'ଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ମାନସିକଧାରୀ ସେମାନଙ୍କ ଛୁଆଙ୍କୁ ମୁଣ୍ଡନ କରି ମା'ଙ୍କ ଆଶିଷ ନେବେ । ଚଳିତ ବର୍ଷ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶିଶୁଙ୍କ ମୁଣ୍ଡନ ପାଇଁ 5ଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିବା ବେଳେ 4 ଶହରୁ ଅଧିକ ବାରିକ ରେଜିଷ୍ଟ୍ରେସନ କରିଛନ୍ତି ।

ସେହିପରି ପ୍ରବଳ ଖରାକୁ ନଜରରେ ଭକ୍ତଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟେଣ୍ଟ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କୁ ଯାତାୟାତ ପାଇଁ ଅତିରିକ୍ତ ସିଟିବସର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଭକ୍ତଙ୍କ ସୁରକ୍ଷା ପାଇଁ 2 ଜଣ ଅତିରିକ୍ତ ଏସପି, 3 ଜଣ ଡିଏସପି, 14 ଜଣ ଇନ୍ସପେକ୍ଟରଙ୍କ ସହ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+