Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ବାରୁଣୀ ସ୍ନାନ, ବୈତରଣୀରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ଆଜି ପବିତ୍ର ବାରୁଣୀ ସ୍ନାନ । ଏଥିଲାଗି ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି । ଏହା ସହ ପିଣ୍ଡ ପକାଇବା ଲାଗି ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ସକାଳ 6.09 ଠାରୁ ଦିନ 12.57 ମିନିଟ୍‌ ଯାଏଁ ବୁଡ ପକାଇବା ପାଇଁ ଯୋଗ ଥିବାରୁ ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ପହଞ୍ଚି ବୁଡ ପକାଇବା ସହ ପିଣ୍ଡ ଦାନ କରିଛନ୍ତି ।

Baruni snana

ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ, ତେବେ ଏହାକୁ ବାରୁଣୀଯୋଗ ବୋଲି କୁହାଯାଏ । ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣୀ ଯୋଗ ରହିଛି ।

ବିଶ୍ବାସ ଅଛି ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ସେମାନଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଏହା ସହ ଏହି ଘାଟରେ ବୁଡ ପକାଇଲେ ସମସ୍ତ ପାପ କ୍ଷୟ ହୋଇଥାଏ । ସେନେଇ ଘାଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+