ରାଉରକେଲାରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି
ଆସନ୍ତାକାଲି ହକି ବିଶ୍ବକପର ପ୍ରଥମ ମ୍ୟାଚ ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚରୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍ ଟ୍ରଫି।
ରାଉରକେଲା: ଆସନ୍ତାକାଲି ହକି ବିଶ୍ବକପର ପ୍ରଥମ ମ୍ୟାଚ ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚରୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ସହରରେ ପହଞ୍ଚିଛି 2023 ପୁରୁଷ ହକି ବିଶ୍ବକପ୍ ର ଟ୍ରଫି ।

ସକାଳ ସାଢ଼େ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ, ବେଦବ୍ୟାସ ଛକ ଦେଇ ଟିସିଆ ଛକରେ ପହଞ୍ଚିଥିଲା । ଶହ ଶହ ଦର୍ଶକ ଓ ଖେଳପ୍ରେମୀ ଟ୍ରାଫିକୁ ସ୍ଵାଗତ ଜଣାଇ ଥିଲେ । ବେଦବ୍ୟାସ ମନ୍ଦିରେ ପୂଜାର୍ଚ୍ଚନା କରାଯାଇ ଥିଲା।
ସେଠାରୁ ଟ୍ରଫି ଫେରି ପାନପୋଷ ହକି ଛକ, ରାଉରକେଲା ବଣିକ ସଂଘ କାର୍ଯ୍ୟାଳୟ, ଅମ୍ବିକା ବିର୍ସା ମୁଣ୍ଡା ହସ୍ପିଟାଲ ଛକ, ଗୁରୁଦ୍ବାର ହୋଇ ହନୁମାନ ବାଟିକା ଛକରେ ପହଞ୍ଚିଥିଲା । ପରେ କୋଏଲନଗର କଲ୍ୟାଣ ମଣ୍ଡପରୁ ରିଂ ଦେଇ ସ୍ପେସ୍ ଛକ, ଛେଣ୍ଡ କଲୋନି ରିମ୍ସ କଲେଜ ହୋଇ ରାତିରେ ୭ଟାରେ ଛେଣ୍ଡ ଭିଏସ୍ଏସ୍ ମାର୍କେଟରେ ପହଞ୍ଚିବ।
ସେଠାରୁ ଡିଏଭି ସ୍କୁଲ, ବାସନ୍ତୀକଲୋନି ଜଗନ୍ନାଥ ମନ୍ଦିର, ଡିଏଭି ପୋଖରୀ ରାସ୍ତା ଦେଇ ଜେଲ୍ ସରକାରୀ ଆଇଟିଆଇରେ ପହଞ୍ଚିବ। ସେଠାରେ ରିଜର୍ଭ ପୁଲିସ ଲାଇନ୍, କଳିଙ୍ଗ ବିହାର ବିଏସ୍ଏନ୍ଏଲ୍ ଛକ, ବିଜୁ ପଟ୍ଟନାୟକଛକ, ତୁଳସୀଟୋଲା ହୋଇ ରାତି ୧୨ଟା ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବ ।












Click it and Unblock the Notifications