ହକି ବିଶ୍ୱକପ ୨୦୨୩ LIVE: ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ ହେଲା ଜର୍ମାନୀ

ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ ଲାଇଭ୍ ଅପଡେଟକୁ ସ୍ୱାଗତ । ଜାନୁୟାରୀ 13 (ଶୁକ୍ରବାର)ଠାରୁ ଓଡିଶାର ଭୁବନେଶ୍ୱର ଓ ରାଉରକେଲା ଠାରେ ଖେଳା ଯାଉଥିବା ହକି ବିଶ୍ୱକପ 2023ର ପ୍ରତି ମ୍ୟାଚର ଲାଇଭ୍ ଅପଡେଟ୍ ପାଇବେ କେବଳ "ୱାନଇଣ୍ଡିଆ ଓଡି଼ଆ" ରେ...

FIH Odisha Men's Hockey World Cup 2023 Live Updates: ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ଲାଇଭ୍ ଅପଡେଟ୍ କୁ ଆପଣଙ୍କୁ ସ୍ୱାଗତ । ଜାନୁୟାରୀ 13 ତାରିଖ (ଶୁକ୍ରବାର) ଠାରୁ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ସମ୍ପର୍କିତ ଖବରର ଆମେ ଦେବୁ ଟିକିନିକି ଅପଡେଟ୍ । ଏଥି ସହିତ ପ୍ରତି ମ୍ୟାଚର ଲାଇଭ୍ ଅପଡେଟ୍ ମଧ୍ୟ ପାଇବେ କେବଳ "ୱାନଇଣ୍ଡିଆ ଓଡି଼ଆ" ରେ ...

hockey world cup

ଟୁର୍ଣ୍ଣାମେଣ୍ଟର ମୋଟ୍ 44ଟି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଯେଉଁଥିରେ 24ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଏବଂ ଅବଶିଷ୍ଟ 20ଟି ନକଆଉଟ୍ ମ୍ୟାଚ ରହିଛି । ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ 16 ଦଳ ସାମିଲ ହୋଇଛନ୍ତି । ଗ୍ରୁପ୍ ପର୍ଯ୍ୟାୟରେ 16ଟି ଦଳ 4ଟି ପୁଲରେ ବିଭକ୍ତ ହୋଇଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜ ପୁଲରେ ଅବଶିଷ୍ଟ ଦଳଗୁଡିକ ବିପକ୍ଷରେ ରାଉଣ୍ଡ-ରିବନ୍ ଫର୍ମାଟରେ ମୁହାଁମୁହିଁ ହେବେ । ଗ୍ରୁପ୍ ପର୍ଯ୍ୟାୟ ଶେଷରେ ପ୍ରତ୍ୟେକ ପୁଲର ବିଜେତା କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିବ । ସେହିପରି ପୁଲରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଦଳ କ୍ରସଓଭର ମ୍ୟାଚ୍ ଖେଳିବେ । ଯାହା ଅବଶିଷ୍ଟ ଚାରି କ୍ୱାର୍ଟର ଫାଇନାଲିଷ୍ଟ ସ୍ଥିର କରିବ ।

ହକି ବିଶ୍ୱକପ 2023 ପୁଲ୍:

  • ପୁଲ୍- ଏ: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ , ଦକ୍ଷିଣ ଆଫ୍ରିକା
  • ପୁଲ୍- ବି: ବେଲଜିୟମ, ଜର୍ମାନୀ, ଦକ୍ଷିଣ କୋରିଆ, ଜାପାନ
  • ପୁଲ୍- ସି: ନେଦରଲ୍ୟାଣ୍ଡସ୍, ଚିଲି, ନ୍ୟୁଜିଲାଣ୍ଡ, ମାଲେସିଆ
  • ପୁଲ୍-ଡି: ଭାରତ, ଇଂଲଣ୍ଡ, ସ୍ପେନ୍, ୱେଲ୍ସ

ଜାନୁଆରୀ 13ରୁ ଆରମ୍ଭ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ ଜାନୁଆରୀ 20 ପର୍ଯ୍ୟନ୍ତ ଚାଲିବ । ଗୋଟିଏ ଦିନର ବିରତି ପରେ ଜାନୁୟାରୀ 22 ଏବଂ ଜାନୁୟାରୀ 23ରେ ଟୁର୍ଣ୍ଣାମେଣ୍ଟର କ୍ରସଓଭର ମ୍ୟାଚ ଖେଳାଯିବ । ଏହାପରେ ଜାନୁଆରୀ 24 ଏବଂ ଜାନୁୟାରୀ 25 ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ପରେ ଜାନୁଆରୀ 26ରେ 9ରୁ 16 ତମ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ଜାନୁଆରୀ 27 ରେ ସେମିଫାଇନାଲ ଏବଂ ଗୋଟିଏ ଦିନ ବିରତି ପରେ ଜାନୁଆରୀ 29ରେ ହକି ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ଯାହାକି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ନିମ୍ନରେ ଦେଖନ୍ତୁ, ହକି ବିଶ୍ୱକପ 2023ର ଲାଇଭ୍ ଅପେଡେଟ୍...

Jan 30, 2023, 8:28 pm IST

ଫାଇନାଲରେ ବେଲଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ ହେଲା ଜର୍ମାନୀ
Jan 27, 2023, 9:28 pm IST

ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍

ପେନାଲ୍ଟି ସୁଟ୍ଆଉଟ୍ ରେ ନେଦରଲ୍ୟାଣ୍ଡକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ ବେଲଜିୟମ । ସ୍କୋର- 🇧🇪 BEL 2-2 NED 🇳🇱 (SO 3:2)
Jan 27, 2023, 8:35 pm IST

ତୃତୀୟ କ୍ୱାର୍ଟର ଶେଷ

ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦେଖିବାକୁ ମିଳିଛି ରୋମାଞ୍ଚକ ମୁକାବିଲା । ଅନ୍ତିମ ତଥା କ୍ୱାର୍ଟରକୁ ଅପେକ୍ଷା । ସ୍କୋର- 🇧🇪 BEL 2-2 NED 🇳🇱 ।
Jan 27, 2023, 8:31 pm IST

ବେଲଜିୟମ ବନାମ ନେଦରଲ୍ୟାଣ୍ଡସ୍ 2ୟ ସେମି ଫାଇଟ୍

ଗୋଲ୍! ବେଲଜିୟମ ଦେଲା ଗୋଲ । ମ୍ୟାଚରେ ଅଧିକ ସମସୟ ନିଜ ଅଗ୍ରଣୀକୁ ବଜାୟ ରଖି ପାରିଲା ନାହିଁ ନେଦରଲ୍ୟାଣ୍ଡସ୍ । ସ୍କୋର- 🇧🇪 BEL 2-2 NED 🇳🇱 ।
Jan 27, 2023, 7:05 pm IST

ପ୍ରଥମ ସେମିଫାଇନାଲର ଲାଇଭ୍ ଆକ୍ସନ

ଏତିକି ଥିଲା ପ୍ରଥମ ସେମିଫାଇନାଲର ଲାଇଭ୍ ଆକ୍ସନ । ଆଉ କିଛି ସମୟ ପରେ ପରେ ବେଲଜିୟମ ବନାମ୍ ନେଦରଲ୍ୟାଣ୍ଡସ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ପାଇଁ ଆମ ସହିତ ଯୋଡି ହୋଇ ରହିଥାନ୍ତୁ ।
Jan 27, 2023, 6:35 pm IST

ଫାଇଲାନରେ ଜର୍ମାନୀ

ମ୍ୟାଚର ଶେଷ ସେକେଣ୍ଡରେ ଗୋଲ ଦେଇ ଅଷ୍ଟ୍ରେଲିଆକୁ 4-3ରେ ପରାସ୍ତ କଲା ଜର୍ମାନୀ ।
Jan 27, 2023, 6:30 pm IST

ଗେମକୁ ପ୍ରତ୍ୟାବର୍ତ୍ତନ କଲା ଜର୍ମାନୀ

ଗେମକୁ ପ୍ରତ୍ୟାବର୍ତ୍ତନ କଲା ଜର୍ମାନୀ । ମ୍ୟାଚର ଅନ୍ତିମ ସେକେଣ୍ଡରେ ଗୋଲ ଦେଇ ମ୍ୟାଚକୁ ନିଜ କବଜାରେ କଲା । ସ୍କୋର- 🇦🇺 AUS 3: 4 GER 🇩🇪
Jan 27, 2023, 6:06 pm IST

ଗୋଲ ଦେଲା ଜର୍ମାନୀ

ଶେଷରେ ପେନାଲ୍ଟି କର୍ଣ୍ଣରରେ ମାଧ୍ୟମରେ ଜର୍ମାନୀର ଗୋଞ୍ଜାଲୋ ପିଲାଟ୍ ଗୋଲ ସ୍କୋର କରିଛନ୍ତି । ସ୍କୋର- 🇦🇺 AUS 2: 1 GER 🇩🇪 ।
Jan 27, 2023, 5:58 pm IST

ଅଷ୍ଟ୍ରେଲିଆ ବନାମ ଜର୍ମାନୀ, ପ୍ରଥମ ସେମିଫାଇନାଲ

ତୃତୀୟ କ୍ୱାର୍ଟରରେ ସୁଦ୍ଧା ଦୁଇ ଗୋଲରେ ଆଗରେ ଅଷ୍ଟ୍ରେଲିଆ । ସ୍କୋର- 🇦🇺 AUS 2: 0 GER 🇩🇪 |
Jan 27, 2023, 1:33 pm IST

ହକି ବିଶ୍ୱକପ୍ ୨୦୨୩

ଆଜି ସେମିଫାଇନାଲ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟରେ ହେବ ୨ଟି ମ୍ୟାଚ୍ । ୪ଟି ଟିମ୍ ମଧ୍ୟରେ ହେବ ମୁକାବିଲା ।
Jan 26, 2023, 8:10 pm IST

ଗୋଲ୍!

ପେନାଲ୍ଟି କର୍ଣ୍ଣରକୁ ସମ୍ପୂର୍ଣ୍ଣ ରୂପେ ବ୍ୟବହାର କରି ଭାରତ ଦକ୍ଷତାର ସହିତ ଗୋଲ୍ କରିଛି । ସ୍କୋର- 🇯🇵JPN 0-1 IND🇮🇳
Jan 26, 2023, 7:52 pm IST

ଭାରତ ବନାମ ଜାପାନ, କ୍ଲାସିଫିକେସନ୍ ମ୍ୟାଚ

ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଗୋଲ ଶୂନ୍ୟ ଦୁଇ ଦଳ ।
Jan 25, 2023, 9:00 pm IST

ଶେଷ ସେମିଫାଇନାଲିଷ୍ଟ

FIH ଓଡିଶା ହକି ପୁରୁଷ ବିଶ୍ୱକପ 2023ରେ ନେଦରଲ୍ୟାଣ୍ଡସ୍ ବନିଲା ଶେଷ ସେମିଫାଇନାଲିଷ୍ଟ । ସ୍କୋର- NED 5-1 KOR
Jan 25, 2023, 7:51 pm IST

ଗୋଲ ଶୂନ୍ୟ ଦୁଇ ଦଳ

25 ମିନିଟ୍ ଖେଳ ପରେ ବି ଗୋଲ ଶୂନ୍ୟ ଦୁଇ ଦଳ । ଅଧା ସମୟ ପୂର୍ବରୁ ଗୋଲ୍ ହୋଇପାରିବ କି ? ସ୍କୋର-NED 0-0 KOR🇰🇷
Jan 25, 2023, 7:26 pm IST

ନେଦରଲ୍ୟାଣ୍ଡ-କୋରିଆ ଗେମ୍ ଅନ୍

ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚରେ ନେଦରଲ୍ୟାଣ୍ଡ କୋରିଆକୁ ମାତ୍ ଦେବ କି ? ସ୍କୋର- NED 0-0 KOR
Jan 25, 2023, 7:21 pm IST

ସେମିଫାଇନାଲରେ ଜର୍ମାନୀ

ଇଂଲଣ୍ଡକୁ ସୁଟଆଉଟ୍ ରେ ମାତ୍ର ଦେଇ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଜର୍ମାନୀ । ସ୍କୋର- 🏴󠁧󠁢󠁥󠁮󠁧󠁿 ENG 2-2 GER 🇩🇪 (SO: 3-4)
Jan 25, 2023, 5:37 pm IST

ଗୋଲ!!!!!

ଇଂଲଣ୍ଡ ପାଇଁ ଏକ ପେନାଲ୍ଟି କର୍ଣ୍ଣରରୁ ଲିଆମ୍ ଆନ୍ସେଲ ଗୋଲ୍ ସ୍କୋର କରିଛନ୍ତି । ସ୍କୋର- 🏴󠁧󠁢󠁥󠁮󠁧󠁿ENG 2: 0 GER 🇩🇪
Jan 25, 2023, 5:27 pm IST

ଇଂଲଣ୍ଡ ବନାମ ଜର୍ମାନୀ ତୃତୀୟ କ୍ୱାର୍ଟର ଫାଇନାଲ

ପ୍ରଥମାର୍ଦ୍ଧ ଶେଷରେ ଇଂଲଣ୍ଡ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ଦଳ ଏହି ଅଗ୍ରଣୀକୁ ହ୍ରାସ କରି ପାରିବ କି ? ସ୍କୋର- 🏴󠁧󠁢󠁥󠁮󠁧󠁿ENG 1: 0 GER 🇩🇪
Jan 25, 2023, 1:58 pm IST

ଦୁଇଟି ମ୍ୟାଚ୍

ଦୁଇଟି ମ୍ୟାଚ୍
ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡସ୍ ଓ ଦକ୍ଷିଣ କୋରିଆ । ଯାହାକି ୪:୩୦ରେ ଖେଳାଯିବ । ସେହିପରି ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଜର୍ମାନୀ । ସମସ୍ତ ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।
Jan 25, 2023, 1:56 pm IST

ଭୋଲ୍ଟେଜ୍ ମୁକାବିଲା

ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ କ୍ୱାର୍ଟର ଫାଇନାଲରେ ଆଜି ରହିଛି ଦୁଇଟି ହାଇ ଭୋଲ୍ଟେଜ୍ ମୁକାବିଲା । ଆଜି (ବୁଧବାର) କ୍ୱାର୍ଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।
Jan 25, 2023, 1:56 pm IST

୧୩ ତମ ଦିନର ଲାଇଭ୍ ଅପଡେଟ୍

ନମସ୍କାର, ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ୧୩ ତମ ଦିନର ଲାଇଭ୍ ଅପଡେଟ୍ କୁ ସ୍ୱାଗତ ।
Jan 24, 2023, 8:47 pm IST

ସେମିଫାଇନାଲରେ ବେଲଜିୟମ

ବେଲଜିୟମ FIH ଓଡିଶା ହକି ପୁରୁଷ ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲାର ସେମିଫାଇନାଲରେ ପ୍ରବେଶ କରିଛି |
Jan 24, 2023, 6:47 pm IST

କ୍ୱାର୍ଟର ଫାଇନାଲ-2

ବେଲଜିୟମ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ କ୍ୱାର୍ଟର ଫାଇନାଲ ଫାଇଟ୍ ।
Jan 24, 2023, 6:35 pm IST

ସେମିଫାଇନାଲରେ ଅଷ୍ଟ୍ରେଲିଆ

FIH ଓଡିଶା ହକି ପୁରୁଷ ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲା ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଦଳ ବନିନା ଅଷ୍ଟ୍ରେଲିଆ । ସ୍କୋର- 🇦🇺 AUS 4: 3 ESP 🇪🇸 |
Jan 24, 2023, 5:55 pm IST

ଆଷ୍ଟ୍ରେଲିଆ ଅଗ୍ରଣୀ

ଗେମକୁ ନିଜ ମୁଠାରେ ରଖିଛି ଅଷ୍ଟ୍ରେଲିଆ । ସ୍କୋର- 🇦🇺 AUS 4:2 ESP 🇪🇸
Jan 24, 2023, 5:44 pm IST

ପେନାଲ୍ଟି କର୍ଣ୍ଣର!

ଅଷ୍ଟ୍ରେଲିଆ ଏହାର ସୁଯୋଗ ନେଇ ଏଠାରୁ ଅଗ୍ରଣୀ ନେଇଥାଏ । ସ୍କୋର- 🇦🇺 AUS 3: 2 ESP 🇪🇸 |
Jan 24, 2023, 5:43 pm IST

ଚାଲିଛି ପ୍ରଥମ କ୍ୱାର୍ଟର ଫାଇନାଲ
Jan 24, 2023, 12:27 pm IST

ହକି ବିଶ୍ୱକପ୍ ୨୦୨୩

ଆଜିଠୁ ଆରମ୍ଭ ହେବ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ । ଆଜି ଦୁଇଟି ମ୍ୟାଚ୍ ଖେଳାଯିବ ଏବଂ ଦୁଇଟି ଯାକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ପ୍ରଥମେ ଅପରାହ୍ଣ ୪.୩୦ରେ ଅଷ୍ଟ୍ରେଲିଆ ଏବଂ ସ୍ପେନ୍ ମଧ୍ୟରେ ହେବ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଏହା ପରେ ସନ୍ଧ୍ୟା ୭ଟାରେ ବେଲଜିୟମ କଡା ଟକ୍କର ଦେବ ନ୍ୟୁଜିଲାଣ୍ତ ।
Jan 24, 2023, 10:55 am IST

ହକି ବିଶ୍ୱକପ 2023

ଆଜିଠୁ କ୍ୱାର୍ଟର ଫାଇନାଲ ମୁକାବିଲା ।
Jan 23, 2023, 5:29 pm IST

ପ୍ରଥମାର୍ଦ୍ଧ

ଚାରି ଗୋଲ୍ ସହିତ ପ୍ରଥମାର୍ଦ୍ଧକୁ ନିଜ କବଜାରେ ରଖିଛି ଜର୍ମାନୀ । ସ୍କୋର- GER 4-0 FRA
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+