ହିଟ୍ ଆଣ୍ଡ ରନ୍ କୁ ନେଇ କେନ୍ଦ୍ରର ନିୟମ ବିରୋରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ପରିବହନ ବାଧାପ୍ରାପ୍ତ

ଭୁବନେଶ୍ୱର: ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଥିବା ଆଇନକୁ ଡ଼୍ରାଇଭର ମହାସଂଘର ଜୋରଦାର ବିରୋଧ । ଏହି ନିୟମକୁ ବିରୋଧ କରି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛି ଓଡ଼ିଶା ଡ଼୍ରାଇଭର ମହାସଂଘ । ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆଇନ୍ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଭୁବନେଶ୍ୱର ରସୁଲଗଡ଼ରେ ଅଟକଛି ଶହଶହ ଗାଡି । ଡ୍ରାଇଭର ମାନେ ଏକାଠି ଆଇନକୁ ବିରୋଧ କରିଛନ୍ତି । ଏ ଆଇନ ଯେପର୍ଯ୍ୟନ୍ତ ବନ୍ଦ କରାନଯିବ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଗାଡି ଚଳା ଚଳ ବନ୍ଦ ହେବା ଦ୍ୱାରା ସାଧାରଣ ଲୋକ ଅସୁବିଧାରେ ପଡିବେ ବୋଲି ଡ୍ରାଇଭରମାନେ କହିଛନ୍ତି ।

ସେହିପରି ଆଜିଠାରୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର ଶତାଧିକ ଡ଼୍ରାଇଭରମାନେ ସଂଘ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଶତାଧିକ ଡ଼୍ରାଇଭରମାନେ କେନ୍ଦ୍ର ସରକାରଙ୍କ ଏହି କଳାକାନୁନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

Hit and run case

ଡ୍ରାଇଭରମାନଙ୍କର ଏହି ଆନ୍ଦୋଳନ ଯୋଗୁଁ ପରିବହନ ସେବା ବ୍ୟାହତ ହୋଇଛି । ଫଳରେ ଦରଦାମ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏଥି ଯୋଗୁଁ ଗରିବ ଖାଉଟି ଉପରେ ଏହାର ବେଶି ପ୍ରଭାବ ପଡ଼ିବ ବୋଲି କୁହାଯାଇଛି । ତେଣୁ ଏହି ଆଇନକୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜିବୀମାନେ ଦାବି କରିଛନ୍ତି ।

ଏହି ଆଇନରେ ହିଟ ଆଣ୍ଡ ରନ ମାମଲାରେ ଜଣେ ଡ଼୍ରାଇଭରକୁ 10 ବର୍ଷ ଜେଲ ଓ 7 ଲକ୍ଷ ଟଙ୍କାର ଜରିମାନା ନେଇ ନିୟମ ରହିଛି । ଏହାକୁ ବିରୋଧ କରିଛନ୍ତି ଡ଼୍ରାଇଭରମାନେ । ସେମାନେ ମାତ୍ର ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରୁଥିବାବେଳେ ଏହି କଠୋର ନିୟମ ଲାଗୁ କରାଗଲେ ସେମାନେ ବେଶି କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+