ଆଜି ଠୁ ଆରମ୍ଭ କଟକ ଐତିହାସିକ ବାଲିଯାତ୍ରା, ଦେଖିବାକୁ ମିଳିବ ଗାଁ ପରିବେଶ
କଟକ: ଆଜି ଠୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । 8 ଦିନ ଧରି ଚାଲିବ ଏହି ମେଳା । 34 ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ଖୋଲିବ ଦୋକାନବଜାରର ପସରା । ନଭେମ୍ବର 27 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 4 ତାରିଖରେ ଶେଷ ହେବ ।

ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ବାଲିଯାତ୍ରାରେ ଏଥର ପ୍ରମୁଖ ଆକର୍ଷଣ ରହିଛି 'କଟକ ଇନ୍ କଟକ' । 'କଟକ ଇନ୍ କଟକ'ରେ ଗ୍ରାମୀଣ କଟକର ଝଲକ ଦେଖିବାକୁ ମିଳିବ । ଏଥିରେ ଗ୍ରାମୀଣ ଜୀବନ, ଜୀବିକା ଓ ପରମ୍ପରାକୁ ଖୁବ୍ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯାଉଛି । 'କଟକ ଇନ୍ କଟକ' ମଧ୍ୟରେ ପ୍ରାଣୀସମ୍ପଦ ବିଭାଗ ଓ ମତ୍ସ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ସହ ବାଲିଯାତ୍ରାରେ ଚଳିତବର୍ଷ ନୂଆ କରି ଟନେଲ୍ ଆକ୍ବାରିୟମ୍ ସ୍ଥାନ ପାଇଛି । କେରଳରୁ ଆସିଥିବା ଏହି 5 ହଜାର୍ ବର୍ଗଫୁଟ୍ରୁ ଅଧିକ ଆକାରର ଆକ୍ବାରିୟମ୍ରେ 5 ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ ରହିବ । ଏହା ମଧ୍ୟରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବାର ମଜା ଅନୁଭବ କରିପାରିବେ । ଏହାସହ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳା ନିର୍ମାଣ କରାଯାଇଛି ।
ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ଜଳକ୍ରୀଡା, ଲେଜର୍ ସୋ, ସବୁଜ ବାଣ ଆଦି ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରହିବ । 1200 ରୁ ଅଧିକ ଷ୍ଟଲ୍ ଖୋଲାଯିବାକୁ ଥିବାବେଳେ ଓରମାସର 420 ଟି ଷ୍ଟଲ ଏସଏଚଜି ମାଆମାନେ ଖୋଲୁଛନ୍ତି ।
ଭିଡ଼ ନିୟନ୍ତ୍ରଣ ପାଇଁ ୪ଟି ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ରହିଛି । ସବୁଦିନ ସକାଳେ ପଥୋତ୍ସବ ଆୟୋଜିତ ହେବ । ୨୫୦ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହୋଇଛି ।ବଲିଉଡ୍ ସିଙ୍ଗର ଅନୁ ମଲିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସିସିଟିଭି ଲଗାଯିବା ସହ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ ।
ଚଳିତଥର ବାଲିଯାତ୍ରାରେ ସରକାରୀ ଷ୍ଟଲ୍ରେ ଅଂଶଗ୍ରହଣ ବୃଦ୍ଧି ପାଇଥିବା ବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା 35 କୋଟି ଟଙ୍କାର ବ୍ୟାବସାୟିକ କାରବାର କରିବାର ଲକ୍ଷ୍ୟ ରଖାଯାଇଛି । ବାଲିଯାତ୍ରାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ 16ଟି ଗାଡ଼ି ପାର୍କିଂ ସ୍ଥାନ ପ୍ରସ୍ତୁତ ହୋଇଛି । ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ନିକଟକୁ ଅଣିବା ପାଇଁ 30 ଟି ବସ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ସେବା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ଲୋକଙ୍କୁ ପ୍ରଦାନ କରାଯିବ । ଏହାସହ ବାଲିଯାତ୍ରା ପଡ଼ିଆରେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିନା ଶୁଳ୍କରେ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ 4 ଟି ଗେଟ୍ ରଖାଯାଇଛି । ଯାହା ଭିଡ଼ ନିୟନ୍ତ୍ରଣ କରିବାରେ ସହାୟକ ହେବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯାନବାହନ ଚଳାଚଳ ଓ ମାର୍ଗଦର୍ଶନ ନିମନ୍ତେ ଏକ ସ୍ବତନ୍ତ୍ର ରୁଟ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ବାଲିଯାତ୍ରାର ଉଭୟ ଉପର ଓ ତଳପଡ଼ିଆରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ 2ଟି ପଡିଆରେ 250 ଟି ଅସ୍ଥାୟୀ ଶୌଚାଳୟ ଖୋଲାଯାଇଛି ।
ବାଲିଯାତ୍ରାର ପ୍ରତ୍ୟେକ ଦିନ ସକାଳେ ପଥ ଉତ୍ସବର ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ, ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ଉଭୟ ଓଲିଉଡ୍ ଓ ବଲିଉଡ୍ର କଳାକାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସୁସ୍ମିତା ଦାସ, ପଙ୍କଜ ଜାଲ୍ଙ୍କ ଠାରୁ ଆରମ୍ଭ କରି ସଚିନ୍ ଜିଗର୍, ଅନୁ ମଲିକ, ଅନ୍ତରା ଚକ୍ରବର୍ତ୍ତୀ, ପପୁ ପମ୍ପମ୍, ତାରିକ ଅଜିଜ୍ଙ୍କ ବହୁ କଳାକାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ତୁଳସୀପୁରସ୍ଥିତ ହୋଟେଲ ପ୍ରମୋଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications