କାଲି ଖୋଲିବ ହୀରାକୁଦ ଗେଟ, ପ୍ରଥମେ ଖୋଲିବ 5ଟି ଗେଟ୍
ସମ୍ବଲପୁର : କାଲି ଖୋଲିବ ହୀରାକୁଦ ଡ୍ୟାମ । ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସକାଳ 8 ଟାରେ ପାରମ୍ପରିକ ପୂଜାର୍ଚନା ପରେ 9 ଟା ରେ ସ୍ଲୁଇସ ଗେଟ ଖୋଲାଯିବ l ପ୍ରଥମେ ଶୁଭସଙ୍କେତ 7 ନମ୍ବର ଗେଟ ଖୋଲାଯିବ l ବାମ ପାର୍ଶ୍ଵରୁ 3 ଟି ଓ ଡାହାଣ ପାର୍ଶ୍ଵ ରୁ 2 ଟି ଗେଟ ଖୋଲାଯିବ l ଏହିଭଳି ଭାବେ ମୋଟ 5 ଟି ଗେଟ ଖୋଲାଯିବ l

ବର୍ତ୍ତମାନ ହୀରାକୁଦ ର ଜଳସ୍ତର 614.25 ଫୁଟ ଥିବା ବେଳେ ହୀରାକୁଦ ର କର୍ଭ ରୁଲ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳ ସ୍ତର କୁ 605 ଫୁଟ କୁ ଖସାଇବାକୁ ପଡିବ l ସୂଚନା ଯୋଗେ ଯେ ହୀରାକୁଦ ର ଗୋଟିଏ ଗେଟ ଖୋଲିବାକୁ 23 ମିନିଟ ଲାଗୁଥିବା ବେଳେ ଏଥିପାଇଁ କ୍ରେନ ବ୍ୟବହାର ହୋଇଥାଏ । ବର୍ତ୍ତମାନ ହୀରାକୁଦ ଉପର ମୁଣ୍ଡରୁ ଜଳ ଭଣ୍ଡାର କୁ ସେକେଣ୍ଡ ପ୍ରତି 68 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଏହା ସହ ପାୱାର ଚ୍ୟାନେଲ ମାଧ୍ୟମରେ ଜଳ ଭଣ୍ଡାର ରୁ ମହାନଦୀକୁ 38,119 କ୍ୟୁସେକ ଜଳ ନିଷ୍କାସନ ହେଉଛି । ଗୋଟିଏ ଗେଟ ଜରିଆରେ ସେକେଣ୍ଡ ପ୍ରତି ପ୍ରାୟ 15ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥାଏ l ସେପଟେ ଜୁଲାଇ ଶେଷ ସୁଦ୍ଧା ଜଳ ସ୍ତର 605 ଫୁଟ ରଖାଯିବା ପରେ ଆହୁରି 25 ଫୁଟ ଜଳ ଖାଲି ରଖାଯାଇଛି ଏଥିରେ ବନ୍ୟା ପରିଚାଳନା କରାଯାଏ ବୋଲି ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି l
ହୀରାକୁଦ ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ଆଗକୁ ବର୍ଷା ସମ୍ଭାବନା ଯୋଗୁଁ ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି ।












Click it and Unblock the Notifications