ହୀରାକୁଦ ଛାଡ଼ିଲା ଗେଟ୍, ଛାଡ଼ିଲା ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ଆଜି ଖୋଲିଛି ହୀରାକୁଦ୍ ଡ୍ୟାମର ଗେଟ୍ । ଛଡ଼ାଯାଇଛି ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ 5 ଟି ଗେଟ୍ ଖୋଲାଯାଇଛି । ବାମ ପଟର 3 ଟି ଏବଂ ଦକ୍ଷିଣ ପଟର 2 ଟି ଗେଟ୍ ଖୋଲାଯାଇଛି । ଏନେଇ ତଳିଆ ଅଞ୍ଚଳକୁ ସତର୍କ କରାଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି ।

Hirakud dam

ମୌସୁମୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ବାଦ୍ ଉପରମୁଣ୍ଡରେ ବର୍ଷା ଯୋଗୁଁ ଛତିଶଗଡ଼ ଏହାର ଦୁଇଟି ଡ୍ୟାମର ଗେଟ୍ ଖୋଲିଦେଇଛି । ଫଳରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଥିଲା ।

ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି । ହୀରାକୁଦର ଜଳଧାରଣା କ୍ଷମତା 630 ଫୁଟ ଥିବା ବେଳେ, 614.81 ଫୁଟରେ ପହଞ୍ଚିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରବେଶ କରୁଛି 88 ହଜାର 932 ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି 40 ହଜାର 687 ଘନଫୁଟ ବନ୍ୟାଜଳ ।

ମୁଣ୍ଡଳିକୁ ଆସନ୍ତା 36 ଘଣ୍ଟା ପରେ ପହଞ୍ଚିବ ବନ୍ୟା ଜଳ l ଏନେଇ ରାଜ୍ୟର 12 ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ତେବେ ଏହି ସମୟ ମଧ୍ୟରେ କୌଣସି ମସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀ ମଧ୍ୟକୁ ପ୍ରବେଶ ନ କରିବେ ସେ ନେଇ ସତର୍କ ସୂଚନା ଜାରି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+