ହୀରାକୁଦ୍ ଖୋଲିଲା 2 ଟି ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ୍ ଡ୍ୟାମ୍ ର 2 ଟି ଗେଟ୍ । ମହାନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ 2 ଟି ଗେଟ୍‌ ଖୋଲାଯାଇଛି । ଜଳଭଣ୍ଡାରର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରୁ ଗୋଟିଏ ଲେଖାଏଁ ଗେଟ୍‌ ଖୋଲାଯାଇଥିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

hirakud

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ 3ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 628.23 ଫୁଟ୍‌ ଥିଲା । ଜଳଭଣ୍ଡାରକୁ ସେକେଣ୍ଡ ପିଛା 73308 କ୍ୟୁସେକ ଜଳ ପ୍ରବେଶ କରୁଥିଲା । ଅପରପକ୍ଷେ ଜଳଭଣ୍ଡାରରୁ ସେକେଣ୍ଡ ପିଛା 35 ହଜାର 189 କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା । ଏଥିରୁ ପାୱାର ଚାନେଲ ଦେଇ 30 ହଜାର 830 କ୍ୟୁସେକ୍ ଓ 2 ଟି ଗେଟ୍‌ ଦେଇ ଜଳ ମହାନଦୀରେ ଛଡ଼ାଯାଇଛି ।

ଚାଷ ପାଇଁ 3987 କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ 3255 କ୍ୟୁସେକ୍‌ ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକୁ 257 କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି । ମହାନଦୀର ବେଲଗାଓଁଠାରେ 15 ହଜାର 200 କ୍ୟୁସେକ୍‌, ପର୍ଥଲାଠାରେ 47 ହଜାର 672 କ୍ୟୁସେକ୍, ଖଇରମାଲରେ 62 ହଜାର କ୍ୟୁସେକ୍, ବରମୂଳଠାରେ 71 ହଜାର କ୍ୟୁସେକ୍ ଓ ମୁଣ୍ଡଳୀଠାରେ 80 ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା ।

ସେପଟେ ଲଘୁଚାପର ରୂପ ନେଇଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହା ସହ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରଭଳ ବର୍ଷା ରହିଛି । ଏ ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନାଥାଉକି, ହୀରାକୁଦ ଜଳ ଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟା ଜଳ ଜୁଲାଇ 23 ତାରିଖ ରବିବାର ନିଷ୍କାସନ କରାଯାଇଥିଲା । ଏହାପରେ ପାଣି କମିବା ପରେ ଗେଟ୍ ବନ୍ଦ କରାଯାଇଥିଲା । ତେବେ ପୁଣି ଆଜିଠାରୁ ଦୁଇଟି ଗେଟ୍ ଖୋଲାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+