ବଢୁଛି ଜଳସ୍ତର, ହୀରାକୁଦ ଖୋଲିଲା ଆଉ 3 ଗେଟ୍

ସମ୍ବଲପୁର: ହୀରାକୁଦ୍ ଖୋଲିଛି ଆଉ ତିନୋଟି ଗେଟ୍ । ଏହା ପରେ ମୋଟ 8 ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ବାମ ପଟର 6 ଟି ଏବଂ ଦକ୍ଷିଣ ପଟର 2 ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବାହାରୁଛି ବନ୍ୟାଜଳ ।

ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢୁଛି । ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଆଉ 3 ଟି ଗେଟ୍ ଖୋଲାଯାଇଛି ।

Hirakud Dam

ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 1 ଲକ୍ଷ 9 ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ଏହା ବାଦ୍ 8 ଟି ଗେଟ୍ ଦେଇ 1 ଲକ୍ଷ 62 ହଜାର 738 ଘନଫୁଟ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ରହିଛି 614.3 ଫୁଟ ।

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦରୁ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ, ଆଗାମୀ 24 ଘଣ୍ଟା ମଧ୍ୟରେ ବଙ୍ଗୋପସଗାରରେ ସୃଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ 25 ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ 3 ଟି ସ୍ଲୁଇସ ଗେଟ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା ।

ସୂଚନାଥାଉକି, ଗତକାଲି(ରବିବାର) ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଗତକାଲି 5 ଟି ଗେଟ୍ ଖୋଲାଯାଇଥିଲା । ଆଜି ଆଉ 3 ଟି ଗେଟ୍ ଖୋଲାଯିବା ପରେ ମୋଟ୍ 8 ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+