ପୁଣି 6 ଟି ଗେଟ୍ ଖୋଲିଲା ହୀରାକୁଦ
ସମ୍ବଲପୁର: ପୁଣି ଗେଟ୍ ଖୋଲିଲା ହୀରାକୁଦ୍ । ହୀରାକୁଦର 6 ଟି ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ୱର 4, ଡାହଣ ପାର୍ଶ୍ୱର 2 ଟି ଗେଟ୍ ଖୋଲଯାଇଛି ।
ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି । ହୀରାକୁଦ ଜଳଭଣ୍ଡାରକୁ 1 ଲକ୍ଷ 58 ହଜାର 892 କ୍ୟୁସେକ ଜଳ ପ୍ରବେଶ କରୁଛି ।

ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ 24 ଘଣ୍ଟାରେ ସାରା ରାଜ୍ୟରେ ହାରାହାରି 23.7 ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା 6.9 ମିମି ତୁଳନାରେ 242 ପ୍ରତିଶତ ଅଧିକ ।ସେହିପରି 1 ସେପ୍ଟେମ୍ୱରରୁ 20 ସେପ୍ଟେମ୍ୱର ସୁଦ୍ଧା ରାଜ୍ୟରେ 258 ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା 176.7 ମିମି ତୁଳନାରେ 46 ପ୍ରତିଶତ ଅଧିକ ।












Click it and Unblock the Notifications