ସରିଲା ହିନ୍ଦୋଳ, ଅତାବିରା ଏନଏସି ମତଦାନ

ଭୁବନେଶ୍ୱର: ସରିଲା ହିନ୍ଦୋଳ, ଅତାବିରା ଏନଏସି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ହିନ୍ଦୋଳରେ 86 ପ୍ରତିଶତ ମତଦାନ ହୋଇଥିବାବେଳେ ଅତାବିରାରେ 81 ପ୍ରତିଶତ ମତଦାନ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
ଦୁଇଟି ଏନ୍ଏସିର ସମୁଦାୟ 28 ୱାର୍ଡରେ ନିର୍ବାଚନ ହୋଇଛି । ଅତାବିରା ଏନ୍ଏସିର 12 ଟି ୱାର୍ଡର କାଉନ୍ସିଲର ପଦବୀ ପାଇଁ 39 ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦ ପାଇଁ 4 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି ।
ସେହିପରି ହିନ୍ଦୋଳ ଏନ୍ଏସିର 16 ଗୋଟି ୱାର୍ଡର କାଉନ୍ସିଲର ପଦବୀ ନିମନ୍ତେ ସମୁଦାୟ 50 ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ 3 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ସକାଳ 8ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଉଭୟ ଏନ୍ଏସିରେ ମତଦାନ ହୋଇଥିଲା ।












Click it and Unblock the Notifications