Get Updates
Get notified of breaking news, exclusive insights, and must-see stories!

ଅର୍ଚ୍ଚନା ନାଗ ମାମଲା : ବଢିଲା ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ, ପ୍ରତ୍ୟେକ୍ଷ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କୁ ଲାଗିଲା ବଡ଼ ଝଟକା । ଓକିଲ ଜରିଆରେ ହାଜର ହେବାକୁ କରିଥିବା ଆବେଦନ ଖାରଜ କରିଦେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟରେ ପ୍ରତ୍ୟେକ୍ଷ ଭାବେ ହାଜର ହେବାକୁ ପଡ଼ିବ ।

Sharddhanjali - archana nag

ଏହି ମାମଲାରେ ସିବିଆଇ କୋର୍ଟଙ୍କ ସମନ ସତ୍ତ୍ୱେ ହାଜର ହେଉନଥିଲେ ଶ୍ରଦ୍ଧାଞ୍ଜଳି । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ମଧ୍ୟ ଜାରି କରିଥିଲା ସିବିଆଇ କୋର୍ଟ । ଓକିଲ ଜରିଆରେ ହାଜର ପାଇଁ ଶ୍ରଦ୍ଧାଞ୍ଜଳି ଅପିଲ୍ କରିଥିଲେ । ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଏହା ପରେ ସିବିଆଇ କୋର୍ଟରେ ଶ୍ରଦ୍ଧାଞ୍ଜଳି ପ୍ରତ୍ୟେକ୍ଷ ଭାବେ ହାଜର ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଇଡି ଭୁବନେଶ୍ୱର ସେସନ୍ସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଉଲ୍ଲେଖ ରହିଛି । ଇଡି ପକ୍ଷରୁ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଉକ୍ତ ମାମଲାରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ପୂର୍ବରୁ ମନା କରି ସାରିଛନ୍ତି ହାଇକୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+