ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ୍ଦ, ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ପ୍ରଥମ ରାୟ

କଟକ: ଓଡ଼ିଶା ହାଇକୋର୍ଟ ଇତିହାସହରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି ରାୟ । ଓଡ଼ିଶା ହାଇକୋର୍ଟର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ରଚିଛି ଏହି ଇତିହାସ । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନର ରାୟ ପ୍ରକାଶ କରିଛନ୍ତି ।

odisha high court

ଓଡ଼ିଆ ଭାଷାରେ ପ୍ରକାଶ ପାଇଥିବା ଏହି ରାୟରେ ରହିଛି 41 ପୃଷ୍ଠାର ଶୁଣାଣି । ଜୁଲାଇ 19 ତାରିଖରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ କରିଥିଲେ । ଏହା ପରେ ଆଜି(ମଙ୍ଗଳବାର) ଏହି ରାୟ ପ୍ରକାଶ ପାଇଛି ।

ସୂଚନାଥାଉ କି, ଗତ ଫେବୃଆରୀ 3 ତାରିଖରେ 10 ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ ଅବସରରେ ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଭର୍ଚୁଆଲି ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ନେତୃତ୍ୱରେ ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶା ପ୍ରକାଶ କରିଥିଲେ । ପ୍ରଧାନ ବିଚାରପତିଙ୍କ କଥା ଆଜି କାର୍ଯ୍ୟକାରୀ ହୋଇଛି । ଜଷ୍ଟିସ୍ ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀ ଓଡ଼ିଆ ଭାଷାରେ ହାଇକୋର୍ଟର ଏହି ପ୍ରଥମ ରାୟକୁ ପ୍ରକାଶ କରିଛନ୍ତି ।

ସାଧାରଣତଃ ନ୍ୟାୟିକ ପ୍ରକ୍ରିୟା ଲୋକଙ୍କ ପାଇଁ ବୁଝିବା କଷ୍ଟସାଧ୍ୟ ହୋଇଥାଏ । ଉଭୟ ପକ୍ଷ ସବୁବେଳେ ଏହାକୁ ବୁଝିବାରେ ସକ୍ଷମ ହୋଇନଥାନ୍ତି । କିନ୍ତୁ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ ପାଇଲେ ଏହା ସମସ୍ତଙ୍କ ପାଇଁ ସହୟଜ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+