ହାଇଟେକ୍ ଟ୍ରାଜେଡି: ଦ୍ୱନ୍ଦ ଦୂର କରିବ ଡିଏନଏ.... ତଦନ୍ତ କରୁଛି ପୋଲିସର 15 ଜଣିଆ ଟିମ୍
ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଟ୍ରାଜେଡ଼ିରେ ମୃତକଙ୍କ ସଂଖ୍ୟା 3 କୁ ବୃଦ୍ଧି ପାଇଛି । ତେବେ କେଉଁ ମୃତଦେହ କାହାର ସେ ନେଇ ଦ୍ୱନ୍ଦ ଲାହି ରହିଛି । ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହା ପରେ ମୃତଦେହକୁ ନେଇ ସସପେନ୍ସ ବଢିବାରେ ଲାଗିଛି ।

ଏହି ଦ୍ୱନ୍ଦ ଦୂର କରିବାକୁ ମୃତକଙ୍କ ହେବ ଡିଏନଏ ଟେଷ୍ଟ । ତୃତୀୟ ମୃତଦେହକୁ ଚିହ୍ନଟ କରିବାକୁ ହେବ ଡିଏନଏ ପରୀକ୍ଷା କରାଯିବ । ଅନ୍ୟପଟେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର ଏମସ ପଠାଯାଇଛି । ଦ୍ଵନ୍ଦକୁ ଦୂର କରିବା ଲାଗି ତୃତୀୟ ମୃତଦେହ ପୋଲିସକୁ ହସ୍ତାନ୍ତର କରିଛି ହାଇଟେକ ହସ୍ପିଟାଲ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ନା ଆଉ କାହାର ସେନେଇ ହେବ ଡିଏନଏ ଟେଷ୍ଟ ।
ଦିଲ୍ଲୀପଙ୍କ ମାଆଙ୍କ ସ୍ବାସ୍ଥ୍ୟର ଦାୟିତ୍ୱ ନେବ ହସ୍ପିଟାଲ । ମୃତକଙ୍କ ମାଆଙ୍କ ଡିଏନଏ ମିଳାଇବା ପାଇଁ ଏମ୍ସକୁ ପଠାଯାଇଛି ମୃତଦେହ । ଆଜି ଡିଏନଏ ସାମ୍ପଲ କଲେକ୍ସନ କରାଯିବ । ରିପୋର୍ଟ ଆସିବା ଯାଏଁ ସଂରକ୍ଷିତ ରହିବ ଶବ ।
ଅପରପକ୍ଷରେ ଦିଲ୍ଲୀପଙ୍କ ପରିବାର ପକ୍ଷରୁ ଆଜି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମଞ୍ଚେଶ୍ବର ଥାନା ବିରୋଧରେ ଦିଆଯାଇଛି ଏତଲା । ଗତ କାଲି ପୁଅ ସହିତ କଥା ହୋଇ ଫେରିବା ପରେ ଦିଲ୍ଲୀପଙ୍କର କେମିତି ମୃତ୍ୟୁ ହେଲା ବୋଲି କହି କାନ୍ଦି କାନ୍ଦି ହସ୍ପିଟାଲ ଭିତରେ ଗଡି ଯାଉଛି ମାଆ । ପୁଅ ମୃତ୍ୟୁର ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବା ସହ ମଞ୍ଚେଶ୍ବର ଥାନା ପୋଲିସକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି ପରିବାର ଲୋକେ ।
ସେପଟେ ଏତଲା ମିଳିବା ପରେ ହାଇଟେକ ହସ୍ପିଟାଲରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ 15 ଜଣିଆ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରିଛି । ଟିମରେ ଜୋନ 5 ଏସିପି, ମଞ୍ଚେଶ୍ୱର ଆଇଆସି, ଦୁଇ ଜଣ ମହିଳା ଆଇଆଇସି, ସାଇଣ୍ଟଫିକ ଅଫିସର, ଏସଆଇଙ୍କ ସମେତ 15 ଜଣ ଅଛନ୍ତି ।ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଶବକୁ ନେଇ ଦ୍ବନ୍ଦ ରହିଛି । ତେଣୁ ଉଭୟ ଜ୍ୟୋତି ଏବଂ ଦିଲ୍ଲୀପଙ୍କ ପରିବାର ଲୋକଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରି ଡିଏନ୍ଏ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ଯାହାର ଶବ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ସେ ପର୍ଯ୍ୟନ୍ତ ଶବକୁ ଏମ୍ସ ହସ୍ପିଟାଲରେ ବ୍ୟବଚ୍ଛେଦ କରିବା ସହ ସଂରକ୍ଷିତ କରି ରଖାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଅତିରିକ୍ତ ଡିସିପି ପ୍ରକାଶ ପାଲ କହିଛନ୍ତି ।












Click it and Unblock the Notifications