ବାତ୍ୟା ରୋକିବ ହେନ୍ତାଳ ବଣ, ବଜ୍ରପାତ ରୋକିବାକୁ ରୋପଣ ହେବ ତାଳ ବୃକ୍ଷ
ଭୁବନେଶ୍ୱର: ବାତ୍ୟାର ମୁକାବିଲା ପାଇଁ ପ୍ରଭାବଶାଳୀ ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଭାବରେ ଉପକୂଳ ରକ୍ଷଣାବେକ୍ଷଣରେ ସହାୟକ ହେଉଥିବା ହେନ୍ତାଳବନକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ବଜ୍ରପାତକୁ ରୋକିବା ପାଇଁ ତାଳ ବୃକ୍ଷରୋପଣ ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

କୃଷ ଓ କୃଷକ ସଶକ୍ତିକରଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଏ ସଂପର୍କରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଶେଷ କରି ବଜ୍ରପାତ ପ୍ରବଣ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ତାଳବୃକ୍ଷ ବୃକ୍ଷରୋପଣ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । 2023-24 ଆର୍ଥିକ ବର୍ଷରେ ବ୍ୟାପକ ଝାଉଁ ବୃକ୍ଷ ରୋପଣ ଉପରେ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।
2023-24 ବର୍ଷ ପାଇଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନ-2005 ଓ ନିୟମାବଳୀ, 2010 ଅଧୀନରେ ଗଠିତ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସ୍ଇସି)ର ତୃତୀୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କମିଟିର ଅନୁମୋଦନ ପରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପାଇଁ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଯାନ କ୍ରୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ 240 କୋଟି 33 ଲକ୍ଷ ଟଙ୍କାର ପ୍ରସ୍ତାବିତ ମଧ୍ୟରୁ 159.02 କୋଟି ଟଙ୍କା ପ୍ରଦାନ କରାଯାଇଛି । ବୈଠକରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ବିଭାଗ ଓ ଜିଲ୍ଲାମାନଙ୍କୁ ଦିଆଯାଇଥିବା ସହାୟତା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଏସଡିଆରଏଫ, ଏସଡିଆରଏମଏଫ, ଏନଡିଆରଏଫ, ଏନଡିଆରଏମଏଫରୁ ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ମିଳିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
କେନ୍ଦ୍ରାପଡ଼ା, ଭଦ୍ରକ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ 8 ଟି ବନ୍ୟା ମୁକାବିଲା ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ 8128.98 ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଓସଡମା ଆର୍ଥ ନେଟୱାର୍କ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିରୋଲୋଜି (ଆଇଆଇଟିଏମ୍), ପୁଣେ ର ସହଯୋଗରେ "ସତର୍କ" ଆପ୍ ଜରିଆରେ ବଜ୍ରପାତ ସତର୍କତା ବା ପୂର୍ବାନୁମାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ରଖିଛି । ଆଇଓସି-ୟୁନେସ୍କୋଠାରୁ ସୁନାମି ପ୍ରସ୍ତୁତି କାର୍ଯ୍ୟାନ୍ୱୟନ ଏବଂ ସୁନାମି ପ୍ରବଣ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ପ୍ରମୁଖ ଅଂଶୀଦାରମାନଙ୍କ ସହଯୋଗରେ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପୁରୀ, କୋଣାର୍କ, ଗୋପାଳପୁର ଓ ପାରାଦୀପ ସମେତ ଉପକୂଳବର୍ତ୍ତୀ 6ଟି ଜିଲ୍ଲାର 24 ଟି ଚିହ୍ନିତ ସୁନାମି ପ୍ରବଣ ଗ୍ରାମରେ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଏସଡିଏମଏ ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications