ପ୍ରବଳ ବର୍ଷାରେ ରାଜଧାନୀ ବେହାଲ, ଦେଢ ଘଣ୍ଟାରେ 71 ମିମି ବର୍ଷା ରେକର୍ଡ
ଭୁବନେଶ୍ୱର: ଘଡ଼ଘଡି ବିଜୁଳିରେ କମ୍ପିଲା ଟ୍ୱିନ୍ ସିଟି । ଦୁଇ ଘଣ୍ଚା ଧରି ପ୍ରବଳ ବର୍ଷାରେ ବେହାଲ୍ ହୋଇପଡ଼ିଛି ଭୁବନେଶ୍ୱର ଓ କଟକ । ଦେଢ ଘଣ୍ଟାରେ ହେଲା 71 ମିମି ବର୍ଷା । ଫଳରେ ଚାରିଆଡ଼େ ଜଳମଗ୍ନ ହୋଇଯାଇଛି ।
ଏହା ରହ ଏକ ଘଣ୍ଟାରେ ମାରିଛି 42 ହଜାର ଥର ଘଡ଼ଘଡ଼ି । ଏଥିରେ ଟ୍ୱିନ୍ ସିଟିରୁ କାହାରି ପ୍ରାଣହାନି ହୋଇନଥିବା ବେଳେ ଏତେ ମାତ୍ରାରେ ଘଡ଼ଘଡ଼ିରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି ।

ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ବହୁଛି । ଲଗାଣ ବର୍ଷା ଯୋଗୁ ଇସ୍କନ ମନ୍ଦିର ଆଗ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍, ନୟାପଲ୍ଲୀ ପ୍ରମୁଖ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ଜୀବନଯାତ୍ରା ପ୍ରବାହିତ ହୋଇଯାଇଛି । ଆଶ୍ରୟ ସ୍ଥଳ ପାଲଟିଛି ଓଭରବ୍ରିଜ୍ ତଳ ।
ସେପଟେ କଟକର ଅବସ୍ଥାବି ସମାନ୍ । ରାସ୍ତାରେ ଜମିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ଲୋକମାନେ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ପାଣି ନିଷ୍କାସନ ପାଇଁ ମହାନଗର ପକ୍ଷରୁ ଉଦ୍ୟମ ଜାରି ରହିଛି ।
ଅନ୍ୟପଟେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । 48 ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର ବୁଡି ଯାଇଥିବା ଦେଖିବାକୁ ମିଳିଛି ।
ଏହି ସମୟରେ ବଜ୍ରାଘାତରେ 4 ଜଣଙ୍କର ଜୀବନ ହାନି ହୋଇଥିବା ନେଇ ସୂଚନା ରହିଛି । ଏହା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି । 5 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହା ସହ ରାଜ୍ୟର 10 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ନ ବାହାରିବାକୁ ମଧ୍ୟ ସତର୍କ କରାଯାଇଛି ।












Click it and Unblock the Notifications